-+91-9937148622 |

prerana_bgr@rediffmail.com |

  Thursday 30th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଞେଇ ଜବତ, ଚାଲାଣକାରୀ ଗିରଫ   (30-Apr-2026)       ||      ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   (30-Apr-2026)       ||      ଓଏସଏପି ଷଷ୍ଠ ବାଟାଲିଅନରେ ଯୁବକ ଯୁବତୀଙ୍କୁ ନେଇ ଗଣ୍ଡଗୋଳ   (30-Apr-2026)       ||      ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   (30-Apr-2026)       ||      ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା    (30-Apr-2026)       ||      ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   (30-Apr-2026)       ||      ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ    (30-Apr-2026)       ||      ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ    (29-Apr-2026)       ||      ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   (29-Apr-2026)       ||      ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    (29-Apr-2026)       ||      ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ    (29-Apr-2026)       ||      ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   (29-Apr-2026)       ||      ଜମା ହୋଇଛି ଶହଶହ ଟ୍ରିପ୍ ବାଲି,,,,, ଲଘୁ ଖଣିଜ ବିଭାଗ ପାଖରେ ଖବର ନାହିଁ   (29-Apr-2026)       ||      ଭାରତ ବିକାଶ ପରିଷଦ ପକ୍ଷରୁ ନାରାୟଣ କୁଷ୍ଟାଶ୍ରମ ରେ ଛତା ବଣ୍ଟନ   (29-Apr-2026)       ||      ଗୃହ ଗଣନା କାର୍ଯ୍ୟ ସଫଳତା ପାଇଁ କ୍ଷେତ୍ର ନିରୀକ୍ଷଣ କଲେ ଅତିରିକ୍ତ ଜିଲ୍ଲାପାଳ*-   (29-Apr-2026)       ||      ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ    (29-Apr-2026)       ||      *ରୁଦ୍ରନାଥ ମନ୍ଦିର ପାଇଁ ଦେବୋତ୍ତର ବିଭାଗ କୁ ଜମି ଦାନ କଲେ ହୃଦାନନ୍ଦ ମେହେର*- *କୃତଜ୍ଞତା ଦେଲେ ଜିଲ୍ଲା ପ୍ରଶାସନ ଓ ସହର ବାସୀ*-   (29-Apr-2026)       ||      ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ   (29-Apr-2026)       ||      ପୂର୍ବତନ ଜୁନିଅର ଇଞ୍ଜିନିୟର ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ   (29-Apr-2026)       ||      ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାରରେ ପଟ୍ଟଚିତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ   (29-Apr-2026)       ||     

HOME   ଜିଲ୍ଲା

ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ, ଶାରୀରିକ ମାନସିକ ନିର୍ଯ୍ୟାତନା ସହ ବଳୀ ପଡ଼ୁଛନ୍ତି ନିରୀହ ହୋମଗାର୍ଡ, ଆଜ୍ଞାବହ ଭୃତ୍ୟୁ ନ ହେଲେ ହେଡକ୍ୱାଟର୍ସକୁ ବଦଳି

15-Sep-2024



କନ୍ଧମାଳ/ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ)  କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ଦିନକୁ ଦିନ ଥାନା ଅଧିକାରୀ ମାନଙ୍କ ରାଜତ୍ୱ ଦେଖିବାକୁ ମିଳୁଛି | ଜିଲ୍ଲାର ଉପାନ୍ତ ଅଂଚଳରେ ଥିବା ଥାନା  ଗୋଛାପଡା, ଫିରିଙ୍ଗିଆ, କୋଟଗଡ, ବ୍ରାହ୍ମଉଣୀ ଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ମାନଙ୍କ   ନିରୀହ ହୋମଗାର୍ଡ ମାନଙ୍କ ଉପରେ ଦୌରାତ୍ମ୍ୟ ଦିନକୁ ଦିନ ଦେଖିବାକୁ ମିଳିଛି ଓ ବର୍ତ୍ତମାନ ସମୟରେ ମଧ୍ୟ୍ୟ ଦେଖିବାକୁ ମିଳୁଛି |  ଥାନା ଅଧିକାରୀ ମାନେ ଆଇନର ରକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ନିଯୁକ୍ତ ସମୟରେ ଶପଥ ପାଠ କରିଥାନ୍ତି | ଆଉ ଯେତେବେଳେ ଗୋଟିଏ ଥାନାର ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟର ସୀମା ଡେଇଁ ଥାନାର ତଳିଆ କର୍ମଚାରୀ ହୋମଗାର୍ଡ ମାନଙ୍କୁ ବିଭିନ୍ନ ଅସାମାଜିକ କାର୍ଯ୍ୟ ଯଥା ଗଞେଇ ବେପାର ସହିତ ,କାଠ ବେପାରୀ, ମଦ ବେପାରୀ ମାନଙ୍କ ଠାରୁ ମୋଟା ଅଙ୍କର ବଟି ଆଦାୟ କରିବା ପାଇଁ  ବ୍ୟବହାର କରି ଥାନ୍ତି ଏବଂ ଯେଉଁ ହୋମଗାର୍ଡ ମାନେ ସେଥିରେ ଅସହଯୋଗ କରୁଛନ୍ତି ସେମାନଙ୍କୁ ମିଥ୍ୟା  କେସରେ ଜେଲ ପୁରାଇବା ସହିତ ମାନସିକ ସାରିରିକ  ନିର୍ଯ୍ୟାତନା ଦେଇ ଜିଲ୍ଲା ହେଡକ୍ୱାଟର୍ସକୁ ବଦଳି କରି ଦିଆଯାଉଛି |  ଏମିତି ଆଗରୁ ଫିରିଙ୍ଗିଆ ଥାନାରୁ ଆରମ୍ଭ ହୋଇ ଗୋଛାପଡା, କୋଟଗଡ ଥାନାର ପର୍ଯ୍ୟନ୍ତ କେବଳ ହୋମଗାର୍ଡ ମାନଙ୍କ କ୍ଷେତ୍ରରେ ହିଁ ଏଭଳି କାର୍ଯ୍ୟାନୁଷ୍ଠାନ ହେଉଥିବାର ଅତୀତ ଦିନ ମାନଙ୍କରେ ଦେଖିବାକୁ ମିଳିଛି | ବର୍ତ୍ତମାନ କିନ୍ତୁ ଏକ ଅବାସ୍ତବ ଘଟଣା ଦେଖିବାକୁ ମିଳିଛି ଉପାନ୍ତ ଅଂଚଳରେ ଥିବା ବ୍ରାହ୍ମଉଣୀ ଗାଁ ଥାନାରେ | ବର୍ତ୍ତମାନ ବ୍ରାହ୍ମଣୀଗାଁ ଥାନା ଅଧିକାରୀ  ଶ୍ରୀ ଚିରଞ୍ଜିବୀ ବେହେରା ଥାନାରେ କାର୍ଯ୍ୟରତ ଜଣେ ମହିଳା ହୋମଗାର୍ଡ କାଶ୍ମିରା ସିଂ ଏବଂ ଅନଳ ରଣସିଂ ଙ୍କୁ ବ୍ରାହ୍ମଣୀଗାଁ ଅଞ୍ଚଳର ଗଞେଇ ମାଫିଆ ଏବଂ ମଦ ମାଫିଆ ମହୁଲ ବେପାରୀ କାଠ ବେପାରୀ ମାନଙ୍କ ଠାରୁ ମାସିକିଆ ମୋଟା ଅଙ୍କର ବଟି  ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ , ହେଲେ ଉକ୍ତ କାର୍ଯ୍ୟ କରିବା ପାଇଁ ହୋମଗାର୍ଡ ଦ୍ବୟ ମନା କରିବାରୁ ଥାନା ଅଧିକାରୀ ଶ୍ରୀ ବେହେରା  ଦୁଇ ହୋମଗାର୍ଡଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ‌ ଆଣି  ଜିଲ୍ଲା ହେଡକ୍ୱାଟର୍ସକୁ କମାଣ୍ଡ ସାର୍ଟିଫିକେଟ ଦେଇ ପଠେଇ ଦେଇଛନ୍ତି। ଯାହାକି ହୋମଗାର୍ଡ ବିଭାଗୀୟ ବରିଷ୍ଠ ଅଧିକାରୀ ଯଥା ଆର ଆଇ ଓ ଡ଼ିଏସପି ଜଣେ ମହିଳା ହୋମଗାର୍ଡଙ୍କ ଫୁଲବାଣୀ ହେଡ଼ କ୍ଵାଟର ବଦଳିଙ୍କୁ ନାପସନ୍ଦ କରିତାଙ୍କ ପ୍ରତିକ୍ରିୟାରେ କହିଛନ୍ତିକି ବେଳେବେଳେ ପୁରୁଷ ହୋମଗାର୍ଡ ମାନେ ଡିୟୁଟିରେ ଖିଲାପ କରୁଥିବାର ଅଭିଯୋଗ ହୋଇଥାଏ, କିନ୍ତୁ ମହିଳା ହୋମଗାର୍ଡ ମାନେ ଏପରି କରିନ ଥାନ୍ତି, ହେଲେ ଏହି ମହିଳା ହୋମଗାର୍ଡ ଜଣକୁ ଜିଲ୍ଲା ହେଡ଼ କ୍ଵାଟର କୁ ପଠେଇଥିବା ଦେଖୀ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିବା କଥା ପ୍ରକଶ କରିଥିଲେ ଖୋଦ ହୋମଗାର୍ଡ ଆର ଆଇ  , ହୋମଗାର୍ଡ କାଶ୍ମୀରା ସିଂ ଜଣେ ବିଧବା ମହିଳା ଅଟେ, ପରିବାର ପ୍ରତିପୋଷଣ କରିବା ପାଇଁ ନାରୀର ଓଢଣା ତଳୁ ବାହାରି ଆସି ହୋମଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି |  ଉଚ୍ଚ ପଦସ୍ତ ଅଧିକାରୀ ମାନେ ମହିଳା ମାନଙ୍କ ପ୍ରତି ସନମାନ ପୂର୍ବକ ସେମାନଙ୍କ ଛୋଟ ବଡ଼ ଭୁଲ କୁ ସଂଶୋଧନ କରିବା ବଦଳରେ ତାଙ୍କୁ ଦୀର୍ଘ ୨୦୦ କିଲୋମିଟର ସୁଦୂର ହେଡ଼ କ୍ଵାଟର କୁ ବଦଳି କରାଯିବା କେତେଦୂର ଯୁକ୍ତି ଯୁକ୍ତ ଅଟେ |  ଏହାଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ର ଜରୁରୀ ଆବଶ୍ୟତା ରହିଛି |  ଜାହା ଫଳରେ ନିରିହ ହୋମଗାର୍ଡ ମାନେ ନିଜର  ଚାକିରି ଚାଲି ଜିବା ଭୟରେ  ଜିଲ୍ଲା ହେଡ଼ କ୍ଵାଟରରେ ଯୋଗଦାନ କରି ଡ଼ିଏସପି ଙ୍କ ଜରିଆରେ ଏସପି କନ୍ଧମାଳଙ୍କ ନିକଟରେ  ନିଜର ସୁବିଧା ଅସୁବିଧା ସେମାନଙ୍କ ପ୍ରତି ଥାନା ଅଧିକାରୀ ଅନ୍ୟାୟ ଭାବେ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଉଥିବା କଥା ଆବେଦନ ରେ ଜଣାଇଥିଲେ | ସରକାର ହୋମଗାର୍ଡ ମାନେ ସ୍ୱଳ୍ପ ବେତନ ଭୋଗୀ ହୋଇଥିବାରୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀରେ ପ୍ରକାଶ ଅଛି ଯେ , ଜଣେ ହୋମଗାର୍ଡ କର୍ମଚାରୀ ଘର ଠାରୁ ୮କିଲୋମିଟର ଦୂରରୁ ଯିବା ଆସିବା କରି ଥାନାରେ ଆଠ ଘଣ୍ଟା ଡିୟୁଟି କରିବା ପାଇଁ  ଧାର୍ଯ୍ୟ କରାଯାଇଥିଲେ ମଧ୍ୟ୍ୟ  ସେମାନଙ୍କୁ ୨୦୦କିଲୋମିଟର ଦୂର ହେଡ଼ କ୍ଵାଟର ବଦଳି କରାଯିବା କେତେଦୂର ଯୁକ୍ତି ଯୁକ୍ତ ଅଟେ, ତାହା ଉପରେ ଏସପି କନ୍ଧମାଳ ହସ୍ତକ୍ଷେପ କରିବେ କି ?  କନ୍ଧମାଳ ଜିଲ୍ଲାରେ ଅତୀତ ଦିନ ମାନଙ୍କରେ ଥାନା ଅଧିକାରୀ ମାନଙ୍କ ମନମୁଖୀ ଓ ଅସାଧୁ କାର୍ଯ୍ୟରେ ଜଡିତ ହୋଇ ଧରାପଡ଼ିଗଲେ ନିରୀହ ହୋମଗାର୍ଡ ମାନଙ୍କ ଉପରେ ସବୁ ଦୋଷ ଲଦି ଦେଇ ନିଜେ ଖସି ଯାଇଥିବା ଅନେକ ଘଟଣା ଦେଖିବାକୁ ମିଳିଛି | କିଛିଦିନ ତଳେ ଫିରିଙ୍ଗିଆ ଥାନାର ଆଇ ଆଇ ସି, ତପନ କୁମାର ନାହାକଙ୍କ ଆଦେଶ ମୂତାବକ ଦୁଇ ହୋମଗାର୍ଡ କର୍ମଚାରୀ  ଥାନା ଗାଡ଼ିରେ ଥାନା ଭିତରେ ଥିବା ସିଜ ଗଞେଇ ଭର୍ତ୍ତୀ ବ୍ୟାଗ ମାଲଖାନାରୁ ନେଇ ଗଞେଇ ବେପାରୀଙ୍କୁ ବିକ୍ରି କରିବା ପାଇଁ ଯାଇ ଧରାପଡିବା ପରେ ତାଙ୍କୁ ଉଚ୍ଚ ପଦସ୍ଥ ଅଧିକାରୀ ଘଣ୍ଟ ଘୋଡାଉଥିବା ବିରୁଦ୍ଧରେ ଜନ ଆନ୍ଦୋଳନ ତେଜି ଥିଲା ଓ ଏସ୍ଡ଼ିପିଓ ମଧ୍ୟ୍ୟ ଉତ୍ୟକ୍ତ ଜନସାଧାରଣ ଙ୍କ ଠାରୁ ମାଡ଼ ଖାଇ ତାଳେପଡ଼ିଯିବା ପର୍ଯ୍ୟନ୍ତ ଘଟଣା ଘଟିଥିଲା ଓ ଶେଷରେ ଫିରିଙ୍ଗିଆ ଥାନାକୁ ଉତ୍ୟକ୍ତ ଲୋକେ ନିଆ ଲଗେଇ ଜାଳିଦେଇଥିଲେ  | ଆଉ ଉକ୍ତ ଘଟଣାରେ ଚାକିରିରୁ ନୀଳମ୍ବିତ ହୋଇଥିବା ଅଧିକାରୀ ବର୍ତ୍ତମାନ ଆଇ,ଆଇ, ସି, ନିଯୁକ୍ତି ପାଇଥିବା ବେଳେ ନିରିହ ଦୁଇ ହୋମଗାର୍ଡ ହାଇକୋର୍ଟର ଦ୍ବାରସ୍ଥ ହେବା ପର୍ଯ୍ୟନ୍ତ କଥା ଯାଇଛି। ଅନୁରୂପ ଭାବେ  ଗୋଛାପଡା ଥାନାରେ କାର୍ଯ୍ୟରତ ଏସ୍ ଆଇ ସ୍ମୃତିସାଗର ସାମଲ ଟଙ୍କା ଏବଂ ଅଫିସର ପାୱାର ଦେଖାଇ ଗଞେଇ ବେପାରୀଙ୍କ ଠାରୁ ଆଦାୟ କରୁଥିବା ଟଙ୍କା ବ୍ୟାଗର ପ୍ରଲୋଭନ ଦେଖାଇ ହୋମଗାର୍ଡ ଜଣକ ରାତ୍ରି ଡିୟୁଟି ଯିବାର ସୁଯୋଗ ଦେଖି  ପିସ୍ତଲ ଦେଖାଇ ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ଆଣି ହୋମଗାର୍ଡଙ୍କ ଧର୍ମପତ୍ନୀ କନ୍ଧମାଳ ଏସପିଙ୍କୁ ଲିଖିତ ଭାବେ ଜଣାଇଥିଲେ,  କିନ୍ତୁ ଏସ୍ ପି ସାହେବ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ  ସ୍ୱାମୀ ହୋମଗାର୍ଡ କର୍ମଚାରୀଙ୍କ ଚାକିରି ଖାଇ ଦେବା ପାଇଁ ଧମକ ଦେଇଥିବା  ପୀଡିତ ହୋମଗାର୍ଡ  ପରିବାର ଦୁଃଖର ସହିତ ପ୍ରକାଶ କରିଛନ୍ତି। ସେପରିକି ଗୋଛାପଡା ଥାନାର ଅଧିକାରୀ ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୋମଗାର୍ଡ ସରୋଜ ବେହେରାଙ୍କ ମିଥ୍ୟା କେସରେ ଫୁଲବାଣୀ ଜେଲରେ ପୁରାଇ ନାହିଁ ନଥିବା ନିର୍ଯ୍ୟାତନା ଦେଇଥିବାରୁ ହୋମଗାର୍ଡ ସରୋଜ ବେହେରା ହାଇକୋର୍ଟର ଦ୍ବାରସ୍ଥ ହେବା ପରେ ବର୍ତ୍ତମାନ ତାଙ୍କୁ ହେଡକ୍ୱାଟର୍ସକୁ ବଦଳି କରାଯାଇଛି।ଏଥିରେ ପ୍ରଶ୍ନ ଉଠିଛି ଯେ ପୋଲିସ ବିଭାଗରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ମାନଙ୍କୁ ଜଦି ଉପରିସ୍ଥ ଅଧିକାରୀ ନିର୍ଯ୍ୟାତନା ଦେଉଛନ୍ତି। ତାହା ହେଲେ ନିରିହ ଜନସାଧାରଣଙ୍କ କେତେ ସୁରକ୍ଷିତ। ଥାନା ଅଧିକାରୀ ମାନଙ୍କ ମୋଟା ଅଙ୍କର ଆର୍ଥରେ ବଶବର୍ତ୍ତୀ ହୋଇ ଏସପି ତଥା ହୋମଗାର୍ଡ କମାଣ୍ଡେଣ୍ଟ ଶ୍ରୀ ଶୁରେନ୍ଦୁ ପାତ୍ର ହୋମଗାର୍ଡ କର୍ମଚାରୀ ମାନଙ୍କୁ ଅଣଦେଖା କରି ଉଚିତ ନ୍ୟାୟ ପ୍ରଦାନ କରୁନ ଥିବା ବହୁ ଘଟଣା ହୋମଗାର୍ଡ ମାନଙ୍କ ପାଇଁ ଜିଲ୍ଲାରେ ଦେଖିବାକୁ ମିଳୁଛି। 

      ବର୍ତ୍ତମାନ ରାଜ୍ୟର ପ୍ରମୁଖ କଥା ହେଉଛି  ଅନ୍ୟାୟ, ଅନୀତି,ଦୁର୍ନୀତି ରେ ଜଡିତ ଥିବା ବରିଷ୍ଠ ଅଧିକରୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡିଛି  ବି,ଜେ,ପି, ଦଳିଆ ମହୋନ ସରକାର |  ଏହା ସହିତ କନ୍ଧମାଳ ଜିଲ୍ଲା ପ୍ରଶାସନର  ଦୁର୍ନୀତିରେ ଜଡିତ ଥିବା ବିଭିର୍ଣ୍ଣ ବିଭାଗର ପଦସ୍ଥ ଅଧିକାରୀ ମାନଙ୍କ ଉପରେ ଅଙ୍କୁଶ ଲାଗିବାକୁ ଯାଉଥିବା ବେଳେ ନିରୀହ ହୋମଗାର୍ଡ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ନିଆଁରେ ଘିଅ ଢାଳିଲା ଭଳି ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ  | ଅତୀତ ଦିନ ରେ ଘଟିଯାଇଥିବା ଫିରିଙ୍ଗିଆ ଥାନା ପୋଡି ଘଟଣା ପରି ବ୍ରାହ୍ମଉଣୀ ଗାଁ ଥାନା ଅଂଚଳରେଯେ ନ ଘଟିବ ଏକଥା କୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ |  ବ୍ରାହ୍ମଉଣୀ ଗାଁ ଥାନା ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଉପରେ କନ୍ଧମାଳ ଏସପି ହସ୍ତକ୍ଷେପ କରି ଜିଲ୍ଲାରେ ବିଭିର୍ଣ୍ଣ ଥାନାରେ କାର୍ଯ୍ୟ କରୁଥିବା ହୋମଗାର୍ଡ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ ବୋଲି କାର୍ଯ୍ୟରତ ହୋମଗାର୍ଡ ସଙ୍ଘ ଅନୁରୋଧ ରଖିଛି | ଦେଖାଯାଉ, ଏସପି କନ୍ଧମାଳ ଙ୍କ ହସ୍ତକ୍ଷେପ ପରେ ବ୍ରାହ୍ମଉଣୀ ଗାଁ ଥାନାକୁ କେବେ ବାହୁଡୁ ଛନ୍ତି ହୋମଗାର୍ଡ କାଶ୍ମୀରା ସିଂ ଓ ଅନଳ ରଣ ସିଂ ???


News Comment




Photo in News

Advertisment
Lastest News
  ରାଜ୍ୟ  
ଗଞେଇ ଜବତ, ଚାଲାଣକାରୀ ଗିରଫ   30-Apr-2026
  ଜିଲ୍ଲା  
ପରିକ୍ଷିତ ଟାଇଗର କଲେଜ ର ୧୩ ତମ ବାର୍ଷିକ ଉତ୍ସବ ପାଳିତ   30-Apr-2026
  ଜିଲ୍ଲା  
ଓଏସଏପି ଷଷ୍ଠ ବାଟାଲିଅନରେ ଯୁବକ ଯୁବତୀଙ୍କୁ ନେଇ ଗଣ୍ଡଗୋଳ   30-Apr-2026
  ଜିଲ୍ଲା  
ଜି.ସି.କଲେଜରେ ଗୋପବନ୍ଧୁ ଚୌଧୁରୀଙ୍କ ୬୮ ତମ ଶ୍ରାଦ୍ଧ ଦିବସ ପାଳିତ   30-Apr-2026
  ଜିଲ୍ଲା  
ସ୍ବାସ୍ଥ୍ୟ ହିଁ ସମ୍ପଦ ♦️ କରତାଳି ବା ତାଳି ବଜେଇବାର ଉପକାରିତା   30-Apr-2026
  ରାଜ୍ୟ  
ସେବାୟତଙ୍କ ମଧ୍ୟରେ ବିବାଦ ଏହି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ   30-Apr-2026
  ରାଜ୍ୟ  
ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ   30-Apr-2026
  ଜିଲ୍ଲା  
ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ ♦️ ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ   29-Apr-2026
  ଜିଲ୍ଲା  
ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ ତମ ଲୋକକଳା ଉତ୍ସଵ ପାଇଁ ପ୍ରସ୍ତୁତି ବୈଠକ   29-Apr-2026
  ଜିଲ୍ଲା  
ପୋତାପୋଖରୀ ପ୍ରିମିୟର ଲିଗ୍ ଉଦଯାପିତ    29-Apr-2026
  ରାଜ୍ୟ  
ଯୁକ୍ତ ୨ ବିଜ୍ଞାନ ଓଡ଼ିଆରେ ପଢିବା ନିମନ୍ତେ ଏକଦିବସୀୟ ପ୍ରଶିକ୍ଷଣ   29-Apr-2026
  ରାଜ୍ୟ  
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ବିଧାୟିକାଙ୍କ ପ୍ରତିନିଧୂ ହେଲେ ସୋନୁ   29-Apr-2026

You Might Also Like