-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
ରେଙ୍ଗାଲିକ୍ୟାମ୍ପ, ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ର ଡୁଙ୍ଗୁରିପାଲି ଗାଁ ର ବିଶିଷ୍ଟ ବ୍ୟକ୍ତି ଅକ୍ଷୟ କୁମାର ସାହୁଙ୍କ ଗତକାଲି ଗୁରୁବାର ଦିନ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ହେଉଥିଲା। ସେ ୧୯୪୫ ମସିହା ରେ ଜନ୍ମ ଗ୍ରହଣ କରିଥିଲେ। ଅତୀତରେ ସ୍ୱର୍ଗତ ସାହୁ ଗାଁ ର ୱ।ଡମେମ୍ବର୍ ଥିବା ବେଳେ ଶ୍ରୀଯୁକ୍ତ ସାହୁ ଅନେକ ଗଠନମୂଳକ କାର୍ଯ୍ୟ ରେ ନିଜକୁ ସାମିଲ କରିବା ସହିତ ଗାଁ ର ବିଭିନ୍ନ ଯାନିଯାତ୍ରା ଯଥା ଡୁଙ୍ଗୁରିଯାତ୍ରା (ଗୋଷ୍ଠାଷ୍ଟମୀ ପୂଜା) , ନୂଆଁଖାଇ ଭେଟଘାଟ ଇତ୍ୟାଦି କାର୍ଯ୍ୟକ୍ରମ ରେ ସକ୍ରିୟ ଭାବେ ଯୋଗଦେଇ ଆସୁଥିଲେ। କିଛି ଦିନ ପୂର୍ବରୁ ସ୍ୱର୍ଗତ ସାହୁ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଚିକିତ୍ସିତ ହେଉଥିଲେ। ସ୍ୱର୍ଗତ ସାହୁ ତାଙ୍କ ପଛରେ ଧର୍ମପତ୍ନୀ ଗହଳ ସାହୁ, ଚାରି ପୁଅ ସନାତନ, ଗଜାନନ, ପଞ୍ଚାନନ ଓ ସଦାନନ୍ଦ ସହିତ ପୁତ୍ରବଧୂ, ନାତିନାତୁଣୀ ଙ୍କୁ ଛାଡି ଯାଇଛନ୍ତି। ଜ୍ୟେଷ୍ଠ ପୁତ୍ର ସନାତନ ମୁଖାଗ୍ନୀ ଦେଇଥିଲେ। ସ୍ୱର୍ଗତ ସାହୁ ଙ୍କ ପରଲୋକରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।