-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,)
ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ଓ ଘରେ ଘରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସୂଚନା, ଶିକ୍ଷା, ଯୋଗାଯୋଗ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଆଉ ଏକ ନୂଆ ଫର୍ଦାଯୋଡ଼ି ହୋଇଯାଇଛି। ସେପ୍ଟେମ୍ବର ୧୫ ତାରିଖ ସକାଳ ୯ଘଣ୍ଟା ସମୟରେ ବ୍ଳକ୍ ଶିଶୁଵିକାଶ କାର୍ଯ୍ୟାଳୟ ସମ୍ମୁଖରୁ ବ୍ଲକ ସ୍ତରରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା । ପ୍ରଶାସନିକ ପକ୍ଷରୁ ସ୍ଥାନୀୟ ବିଡ଼ିଓ ଶରତ ମାଝୀ, ସିଡିପିଓ ମିନତୀ ଦାସ, ଓଲ ଏମ ମାନସ ଦାସ ,ସୁପ୍ରବାଇଜର ମାନେ ଉପସ୍ଥିତି ଥିଲେ।ବିଶେଷ କରି ବହୁ ସଂଖ୍ୟାରେ ଏସ୍. ଏଚ୍. ଜି. ମହିଳା,ମିଶନସାକ୍ତ ପଂଚାୟତ ସଭାପତି, ସମ୍ପାଦିକା,ଏମବିକେଦିଦି,ସିଆରପି ଆଶା,ଓ ଅଙ୍ଗନବାଡ଼ି କର୍ମୀ, ସୁଭଦ୍ରା ହିତାଧୂକାରୀ ଏହି ପଦଯାତ୍ରାରେ ଯୋଗ ଦେଇ ଥିଲେ। ଏହି ପଦଯାତ୍ରା ପରେ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସିଡିପିଓ ଙ୍କ ଅଧକ୍ଷତରେ ଏକ ବୈଠକ ଅନୁଷ୍ଠିତ ହୋଇ ସୁଭଦ୍ରା ଯୋଜନା ବିଷୟରେ ଆଲଚନା ହୋଇଥିଲା।