-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
ବୌଦ୍ଧ(ଜୟାନନ୍ଦ ମିଶ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ଫୋରେଷ୍ଟ ନର୍ସରୀ ଠାରେ ବିଶ୍ୱ ପ୍ରସିଦ୍ଧ ଯୋଗ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜୀଙ୍କ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ବୌଦ୍ଧ ଶାଖା ତରଫରୁ ଛଅ ଦିନିଆ ଆନନ୍ଦ ଅନୁଭୂତି ଶିବିର ଉଦଘାଟିତ ହୋଇଯାଇଛି l ସର୍ବ ପ୍ରଥମେ ଗୁରୁଜୀ ଙ୍କ ଫୋଟ ଚିତ୍ରରେ ଧୂପଦୀପ ପ୍ରଜ୍ବଳନ ପୁର୍ବକ ଶୁଭାରମ୍ଭ ହୋଇଥିଲା l ଯୋଗ ଶିକ୍ଷକ ମନୋଜ କୁମାର ମହନ୍ତ ଯୋଗ ଶିକ୍ଷା ପ୍ରଦାନ
କରିଥିଲେ l ଆଖ ପାଖ ଗ୍ରାମର 23ଜଣ ଅଂଶ ଗ୍ରହଣ କରିଥିଲେ l ଶିବିରରେ ଯୋଗ, ପ୍ରାଣାୟମ, ଆସନ ସହିତ ସୁଦର୍ଶନ କ୍ରିୟା ଶିକ୍ଷା ଦ୍ୱାରା ମଣିଷ ଜୀବନରେ ଶାରୀରିକ ସୁସ୍ଥତା ଏବଂ ମାନସିକ ଶାନ୍ତି, ମନରେ ଏକାଗ୍ରତା, ଦୃଢ଼ ଆତ୍ମବିଶ୍ୱାସ, ପାରିବାରିକ ସୁସମ୍ପର୍କରେ ଉନ୍ନତି, ଆଧ୍ୟାତ୍ମିକତାର ବିକାଶ, ଚିନ୍ତାମୁକ୍ତ ଏବଂ ଆନନ୍ଦମୟ ଜୀବନ ବଞ୍ଚିବାର କଳା ଶିଖାଇବା ସହିତ ସାଧାରଣ ମଣିଷ ଜୀବନରେ ଏକ ରୋଗମୁକ୍ତ ଶରୀର ଓ ଚିନ୍ତାମୁକ୍ତ ମନ, ମାନସିକ ଦୁଶ୍ଚିନ୍ତା ଓ ବିଷଦରୁ ମୁକ୍ତି, ମାନସିକ ଉଦବେଗ ଓ ଉତ୍କଣ୍ଠା ରୁ ମୁକ୍ତି, ଅବସାଦ, ଭୟ ଓ ଆଶଙ୍କରୁ ମୁକ୍ତି, ନକରାତ୍ମକ ଚିନ୍ତାରୁ ମୁକ୍ତି ଇତ୍ୟାଦି ଲାଭ ହେବ ବୋଲି କହିଥିଲେ l ଏହି ଶିବିରରେ ସର୍ବଶ୍ରୀ ପୂର୍ଣଚନ୍ଦ୍ର ଗାଈଗୌରିଆ, ରାଜକୁମାର ମିଶ୍ର, ଧୀରେନ୍ଦ୍ର ମହାକୁଳ, ନରେନ୍ଦ୍ର କୁମାର ସାହୁ, ଦେବାଶିଷ ମହାକୁଳ, ପବିତ୍ର
ମୋହନ ମିଶ୍ର, ସିମାଞ୍ଚଳ ମିଶ୍ର, ହୃଦାନନ୍ଦ ପ୍ରଧାନ, ପ୍ରଫୁଲ୍ଲ କୁମାର ପ୍ରଧାନ, ଅନ୍ତର୍ଯ୍ୟାମୀ ମିଶ୍ର, ସଚ୍ଚିଦାନନ୍ଦ ପତି, ତ୍ରିନାଥ ରାଉଳ, ସଞ୍ଜୟ କୁମାର ସାହୁ, ଶେଷଦେବ ଗାଇଗୌରିଆ, ପ୍ରଦୀପ କୁମାର କଂହର, ଉଦ୍ଧବ କଳତା, ଶରତ କୁମାର ବାରିକ,ଗୁପ୍ତେଶ୍ୱର ମିଶ୍ର, ଅକ୍ଷୟ କୁମାର କଳତା,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଆର୍ଟ ଅଫ ଲିଭିଙ୍ଗ ବୌଦ୍ଧ ଶାଖାର ସ୍ବେଛାସେବୀ ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ଜ୍ୟୋତି ରଞ୍ଜନ ପ୍ରଧାନ, ସୋରଜ କୁମାର ସାହୁ, କୃତ୍ତିବାସ ପଲିଆଙ୍କ ସମେତ ଆର୍ଟ ଅଫ ଲିଭିଙ୍ଗର ଶିକ୍ଷକ ବରୁଣ କୁମାର ମହନ୍ତ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ l