-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
14-Sep-2024
ବୌଦ୍ଧ (ପ୍ରେରଣା ଖବର): ମୁଣ୍ଡିପଦର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲସପାଟ ଠାରେ ଜବହାର୍ ନବୋଦୟ ବିଦ୍ୟାଳୟ ,ବୌଦ୍ଧ ର ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ଦ୍ବାରା ୧୩ ତାରିଖରେ ଗଲ୍ପ ଉତ୍ସବର ଆୟୋଜନ କରାଯାଇଥିଲା। ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ଦ୍ବାରା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇ ଥିଲା । ମୌଲିକ ସାକ୍ଷରତା ଓ ଭାଷା ଜ୍ଞାନ ଅଭିଯାନ ଅନ୍ତର୍ଗତ ଗଲ୍ପ ଉତ୍ସବ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ ରେ ଗଲ୍ପ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା ଏବଂ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଆଗ୍ରାହର ସହ ଭାଗ ନେଇ ଥିଲେ । କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଟିକ ମେହେର ଓ ମୁଣ୍ଡିପଦର କ୍ଲଷ୍ଟରର ସି ଆର ସି ସି ସୌମିତ୍ରୀ କର୍ଣ୍ଣ ଶିକ୍ଷା ରେ ଗଲ୍ପର ମହତ୍ବ ବିଷୟରେ ଅଲୋଚନା କରିଥିଲେ ।