-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||     

HOME   ଜିଲ୍ଲା

ଜାଲ୍ ସାର୍ଟିଫିକେଟ୍ ରେ ଚାକିରୀ ! ଅଙ୍ଗନବାଡି ନିଯୁକ୍ତି ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

14-Sep-2024



ଖପ୍ରାଖୋଲ(ପ୍ରେରଣା ଖବର)  ଜିଲ୍ଲାରେ ଦଶନ୍ଧି କାଳ ଧରି ଘୁରିବୁଲୁଛି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର । ଏପରିକି ଗତ ଦୀର୍ଘ ପ୍ରାୟ ୧୪ ବର୍ଷତଳେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ଜଲପାଙ୍କେଲ ଗ୍ରାମର ଅଙ୍ଗନବାଡି -୨ କେନ୍ଦ୍ରରେ ଏଥିପାଇଁ ସୃଷ୍ଟି ହୋଇଥିବା ବିବାଦ ଓ ଅଭିଯୋଗର ଏଯାଏଁ ସମାଧାନ ହୋଇ ପାରିନାହିଁ l ଜାଲ୍ ସାର୍ଟିଫିକେଟ୍ ବଳରେ ଓ ଚଞ୍ଚକତା ପୂର୍ବକ ଅଙ୍ଗନବାଡି କର୍ମୀ ଚାକିରୀ ହାତେଇଥିବା ଉକ୍ତ ଗ୍ରାମର ବିନୋଦିନୀ ରଣା ନାମ୍ନୀ ଜଣେ ବୋହୁଙ୍କ ବିରୁଦ୍ଧରେ ଉକ୍ତ ଗ୍ରାମର ପ୍ରକୃତ ଦାବିଦାର ଅନ୍ୟଜଣେ ବୋହୁ ଗୀତାଞ୍ଜଳି ତ୍ରିପାଠୀ ଏତେବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଖପ୍ରାଖୋଲ ସିଡିପିଓଙ୍କ ଠାରୁ ଆରମ୍ଭ କରି ଲାଠୋର ଥାନା, ପାଟଣାଗଡ ଉପଜିଲ୍ଲାପାଳ, ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ୨୦୧୦ରୁ କ୍ରମାଗତ ଭାବରେ ହାଇକୋର୍ଟର ଆଶ୍ରୟ ନେଲାପରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ  ନିଯୁକ୍ତି ଦେଇଥିବା ଜଣେ ପୂର୍ବତନ ଭାରପ୍ରାପ୍ତ ସିଡିପିଓ, ପରବର୍ତ୍ତୀ ସିଡିପିଓ ଓ ଗ୍ରାମ୍ୟ କମିଟିଠାରୁ ଚୟନକମିଟି ପ୍ରଚୁର ଉତ୍କୋଚ ଖାଇ ବିଭିନ୍ନ ଆଳରେ ତାଙ୍କ ନିଯୁକ୍ତିକୁ ସ୍ବୀକୃତି ଦେଉ ନଥିବାରୁ ଶେଷରେ ସେ ସଂପ୍ରତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଶରଣ ପଶିଛନ୍ତି । ଏଥିପାଇଁ ଉକ୍ତ ଗରିବ ମହିଳା ଜଣକ ମଧ୍ୟ ଓକିଲଙ୍କ ଦ୍ବାରା ଲକ୍ଷାଧିକ ଟଙ୍କାର ଆର୍ଥିକ ଶୋଷଣର ଶିକାର ହୋଇ ବରବାଦ୍ ହୋଇଗଲେଣି । ଶେଷରେ ସେ ଶାଶୁଘରେ ବୃଦ୍ଧଶଶୁର ଓ ଦୁଇଟି ଛୋଟ ଛୁଆଙ୍କୁ ଧରି ପଡିରହିଥିବା ବେଳେ ତାଙ୍କ ସ୍ବାମୀ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଛନ୍ତି । 

ଅପରପକ୍ଷେ, ଭିନ୍ନ ଭିନ୍ନ ଜନ୍ମତାରିଖ ଥିବା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଏକାବେଳକେ ରେଗୁଲାର ଓ କରେନ୍ସ ପଡେନ୍ସ କୋର୍ସ , ନୋଏଡାର ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ୍ ଡିଷ୍ଟାନ୍ସ ସ୍କୁଲିଂ ଓ ତାଙ୍କ ନିଜ ଗ୍ରାମ ଖପ୍ରାଖୋଲ ଜୁରିଆ ପ୍ରାଥମିକ ସ୍କୁଲର ୩ ଟି ଜାଲ୍ ସନ୍ଦେହଜନକ ଶିକ୍ଷାଗତ ପ୍ରମାଣ ପତ୍ର ଦାଖଲ କରି  ଜଣେ ବିଦ୍ୟୁତ୍ ବିଭାଗର ଲାଇନ୍ ମ୍ୟାନ୍  ଙ୍କ ପତ୍ନୀ ବିନୋଦିନୀ ରଣା ବାରମ୍ବାର ଆବେଦନ ପୂର୍ବକ ଧରାଧରି କରି ପ୍ରଚୁର ଉତ୍କୋଚ ବଳରେ ଏଇ ଅଙ୍ଗନବାଡି ଚାକିରୀଟି ହାତେଇଥିବା ଅଭିଯୋଗ କରାଯାଇଛି । ଏପରିକି ବିନୋଦିନୀ ରଣାଙ୍କ ଏକାଧିକ ଜାଲ୍ ସାର୍ଟିଫିକେଟ୍ ବିରୁଦ୍ଧରେ ସ୍ଥାନୀୟ ଲାଠୋର ଥାନାରେ ଖପ୍ରାଖୋଲ ସିଡିପିଓଙ୍କ ପକ୍ଷରୁ ଏତଲାକ୍ରମେ ଏକ ଠକେଇମାମଲା  ଋଜୁ କରାଯାଇଥିଲା ।  ପୂର୍ବତନ ଏଡିଏମ୍ ମଧ୍ୟ ଗୀତାଞ୍ଜଳି ତ୍ରିପାଠୀଙ୍କ ନିଯୁକ୍ତିକୁ ବୈଧ ବୋଲି କହିଥିଲେ ହେଁ, ପୂର୍ବତନ ପାଟଣାଗଡ ଉପଜିଲ୍ଲାପାଳ ଥିବା ବର୍ତ୍ତମାନର ବଲାଙ୍ଗୀର ଏଡିଏମ୍ ବିଜୟାନନ୍ଦ ସେଠୀ ସଂପ୍ରତି ତାଙ୍କ ନିକଟରେ ବିଚାରାଧୀନ ରହିଥିବା ଏଇ ମାମଲାରେ ପୂର୍ବ ଏଡିଏମ୍ ଙ୍କ ଅର୍ଡର ଓ କୋର୍ଟ ଅର୍ଡରକୁ ଅଣଦେଖା କରି ଗୀତାଞ୍ଜଳି ତ୍ରିପାଠୀଙ୍କୁ ଆଗାମୀ ୧୭ ତାରିଖରେ ଫାଇନାଲ୍ ଶୁଣାଣୀ ଥିବାପୂର୍ବରୁ କୁଆଡେ ଗୀତାଞ୍ଜଳି ତ୍ରିପାଠୀଙ୍କୁ 'ସେ ପୁରୁଣା କଥା ଛାଡ, ତୁମର ହୋଇପାରିବ ନାହିଁ ' ବୋଲି ଚରମ ନାସୂତିବାଣୀ ଶୁଣାଇଦେଇଥିବା ପ୍ରକାଶ। ତାଙ୍କର ଏହି ଆଶ୍ଚର୍ଯ୍ୟଜନକ ପକ୍ଷପାତ ବିଚାରପୂର୍ବର ଫୈସଲା ବିରୁଦ୍ଧରେ ଗୀତାଞ୍ଜଳି ତ୍ରିପାଠୀଙ୍କ ପକ୍ଷରୁ ତାଙ୍କ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ଯ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଗୁହାରୀ କରିଥିଲେ । ଶ୍ରୀ ସିଂହଦେଓ ପ୍ରଥମେ ଏଡିଏମ୍ ଓ ପରେ ଜିଲ୍ଲାପାଳଙ୍କୁ ଏହାର ଉଚିତ୍ ବିଚାର ନିମନ୍ତେ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ତେବେ ଏତେ ସତ୍ତ୍ୱେ ଏଡିଏମ୍ ଙ୍କର ଏତାଦୃଶ ପକ୍ଷପାତୀତା ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ର କେନ୍ଦ୍ରସ୍ଥଳୀ ପାଲଟି ଗତବର୍ଷ ୨୦ ରୁ ଉର୍ଦ୍ଧ୍ବ ଅଭିଯୁକ୍ତ ଓ ୨ ଜଣ ମୁଖ୍ୟ ମାଷ୍ଟରମାଇଣ୍ଡ୍ ଗିରଫ ହୋଇ ସାରା ଦେଶରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବା ବେଳେ, ଏଭଳି ଜାଲ୍ ସାର୍ଟିଫିକେଟ୍ ରେ ଅଙ୍ଗନବାଡି ଚାକିରୀକୁ ପ୍ରଶାସନିକ ସ୍ତରରେ କିପରି ସଂରକ୍ଷଣ ଦିଆଯାଇ ଆସୁଛି  ?  ଏ ସମ୍ପର୍କରେ ବାରମ୍ବାର ଯୋଗାଯୋଗ ଉଦ୍ୟମ ସତ୍ତ୍ୱେ ବଲାଙ୍ଗୀର ଏଡିଏମ୍ ବିଜୟାନନ୍ଦ ସେଠୀଙ୍କର ମତାମତ ନିଆଯାଇ ପାରିନାହିଁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026

You Might Also Like