-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
30-Aug-2024
ବରଗଡ଼/ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)- ସ୍ଥାନୀୟ ରାଜାଜୀ ଟାଉନ୍ ହଲ ପଦମପୁର ଠାରେ ରାମଲୀଳା କମିଟିର ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଉପଦେଷ୍ଟା ନାଟ୍ୟଶ୍ରୀ ଅଶୋକ ବହିଦାର, ସଙ୍ଗୀତ ନିର୍ଦ୍ଦେଶକ ରମେଶ ଗୁର୍ଲା, ନୃତ୍ୟ ନିର୍ଦ୍ଦେଶକ ତଥା ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁ, ସଂଜୀବ ବହିଦାର, ରମେଶ ମେହେର, ପ୍ରମୋଦ ମିଶ୍ର, ରାଜେଶ ନାଏକ ଉପସ୍ଥିତ ଥିଲେ। ଏଥିରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାମଲୀଳା ନାଟ୍ୟଧାରା ନିମନ୍ତେ ଆଲୋଚନା ହୋଇଥିଲା। ଆସନ୍ତା
ତା ୨/୯/୨୪ ଅପରାହ୍ନ ୪ ଘଣ୍ଟା ସମୟରେ କଳାକାର ଚୟନ ନିମନ୍ତେ ପ୍ରସ୍ତାବ ନିଆଗଲା। ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଆଶିଷ ବୈକାର ଓ ଦୀପକ ଦାସ। ଏଥିରେ ରାମ ଲୀଳା କମିଟିର ଅନ୍ୟ କଳାକାର ମାନେ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ରାମଲୀଳାର ପାଣ୍ଡୁଲିପି ଲେଖିବା ତଥା ନିର୍ଦ୍ଦେଶନା ଦେବା ପାଇଁ ନାଟ୍ୟଶ୍ରୀ ଅଶୋକ ବହିଦାରଙ୍କୁ ଅନୁରୋଧ କରାଯାଇ ଥିଲା l ଶେଷରେ ମନୋ ରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।