-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବ୍ରହ୍ମପୁର(କୈଳାଶ ଚୌଧୁରୀ): ବ୍ରହ୍ମପୁର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଧରାକୋଟ ବ୍ଲକ୍ ପକ୍ଷରୁ ଜଳବାୟୁ ଓ ପରିବେଶ ସୁରକ୍ଷା କୁ ଦୃଷ୍ଟିରେ ରଖି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ସ୍ଥାନୀୟ ଧରାକୋଟ ବ୍ଲକ୍ ଘୋଡ଼ା ପଲ୍ଲୀ ଗ୍ରାମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା।ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ପ୍ରୋତ୍ସାହନରେ ଧରାକୋଟ ବ୍ଲକ୍ ଟିମ୍ ଲିଡର ଜିତେନ୍ଦ୍ର ନାଏକଙ୍କ ନେତୃତ୍ୱରେ ବହୁ ଦିବ୍ୟାଙ୍ଗ, ଗାଁ ମହିଳା ଓ ଯୁବ ଗୋଷ୍ଠୀ ସ୍ଵେଚ୍ଛାକୃତ ଭାବେ ଯୋଗଦେଇ ବହୁ ଗଛ ଲଗାଇଥିଲେ। ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଜିତେନ୍ଦ୍ର ନାଇକ,ଶିବରାମ ନାଈକ, କାଳିଆ ନାଈକ , ପିଣ୍ଟୁ ନାଇକ, ବାଳକୃଷ୍ଣ ନାଇକ,ଶରତ ନାଇକ,ମୋନଜ ନାଈକ, ଗଙ୍ଗା ନାଇକ, ଅଙ୍ଗନବାଡ଼ି ଦିଦି, ମନାସ ନାଇକ,ପାଚିକା ଅହଲ୍ୟା ନାଇକ, ନାରାୟଣ ନାଇକ, ସୂର୍ଯ୍ୟ ନାଇକ,ସୁଦଣ୍ଡା ନାଇକ, ଡମ୍ବ ନାଇକ, ପ୍ରମୁଖ ଯୋଗ ଦେଇ ସହଯୋଗ ପ୍ରଦାନ କରିଥିଲେ। କାହ୍ନା ଚାରିଟେବୁଲ ଟ୍ରଷ୍ଟ ଧରାକୋଟ ବ୍ଲକ୍ ର ଏହି ଭଳି ଜନହିତକର କାର୍ଯ୍ୟକ୍ରମ ଦ୍ଵାରା ଜଳବାୟୁ ଓ ପରିବେଶ ସୁରକ୍ଷିତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ପ୍ରକାଶ। ଏହି ପରିପ୍ରେକ୍ଷୀରେ ଏହି ଭଳି ନିଷ୍ପତ୍ତି କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।