-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
23-Aug-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ପରିଶ୍ରମର ବିକଳ୍ପ ନାହିଁ। ଆଜିର ସମୟରେ ପ୍ରତ୍ୟେକ ଛାତ୍ରୀଛାତ୍ର କମ୍ପ୍ୟୁଟର ଶିଖିବା ନିତାନ୍ତ ଆବଶ୍ୟକ। କମ୍ପ୍ୟୁଟର ଶିକ୍ଷା ବିନା ଛାତ୍ର ଜୀବନ ଅଧୁରା ରହିଯିବ। କଠୋର ପରିଶ୍ରମ କଲେ ଜୀବନରେ ସଫଳତା ନିଶ୍ଚୟ ମିଳିବ ବୋଲି ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍ ଓ ସ୍ଥାନୀୟ ଦନ୍ତାପାଲି ସ୍ଥିତ ନାଇସେଟ୍ କମ୍ପ୍ୟୁଟର ଏକାଡେମୀର ମିଳିତ ଆନୁକୁଲ୍ୟରେ ବୀରମହାରାଜପୁର ମହାବିଦ୍ୟାଳୟରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ଓ ଇଂରାଜୀ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଝାରୀ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ନରେନ୍ଦ୍ର ଝା ଓ ନାଇସେଟର ପରିଚାଳନା ନିର୍ଦ୍ଦେଶକ ଅନନ୍ତ କୁମାର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଇତିହାସ ଅଧ୍ୟାପିକା ଡ. ବନ୍ଦିତା ବିଶ୍ବାଳ ସଭା ସଂଯୋଜନା କରିବା ସହିତ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଯୁକ୍ତତିନି ବିଭାଗରେ ଝୁନୁ ସାହୁ ଓ କୁନା ମେହେର (ଯୁଗ୍ମ ପ୍ରଥମ), ଆରତି ବାରିକ (ଦ୍ବିତୀୟ) ଓ ପ୍ରଜ୍ଞାସ୍ମୀତା ପଣ୍ଡା (ତୃତୀୟ)ଙ୍କୁ ଓ ଯୁକ୍ତଦୁଇ ବିଭାଗରେ ବିଶ୍ବରୂପା ସାହୁ ଓ ସୁବ୍ରତ ମେଣ୍ଡିଲି (ଯୁଗ୍ମ ପ୍ରଥମ), ମାନସ ରଞ୍ଜନ ରଥ ଓ ସଞ୍ଜନା ମହାକୁର (ଯୁଗ୍ମ ଦ୍ବିତୀୟ) ଓ ରାସେଶ୍ବରୀ ପଧାନ (ତୃତୀୟ)ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ୧୨ ଓ ୧୪ ତାରିଖ ଦିନ ନାଇସେଟ ପକ୍ଷରୁ ଏଠାରେ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ସଭାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ସଭା ଆୟୋଜନରେ ବରୁଣ କଲତା, ଶ୍ରୀରାମ ଦେହେରୀ, ବିକାକର ଭୋଇ, କଳାକାହ୍ନୁ ପଧାନ ପ୍ରମୁଖ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନ