-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||     

HOME   ଜିଲ୍ଲା

ବଙ୍ଗୋମୁଣ୍ଡା ଓଏଲ ଏମ୍ କେଳେଙ୍କାରୀ: ଅଦାଲତର ଦର୍ଜା ଖଟଖଟାଇଲେ ବିଏଲସି

02-Aug-2024



କଣ୍ଟାବାଞ୍ଜି(ପ୍ରେରଣା ଖବର): ବଙ୍ଗୋମୁଣ୍ଡା ବ୍ଲକ୍ ର ଓଏଲଏମରେ ଜଣେ ଅଧିକାରୀଙ୍କ ମନମାନି ବିରୁଦ୍ଧରେ ବିଭାଗୀୟ ମହିଳାମାନେ ସ୍ବରୋତ୍ତଳନ କରିବାରୁ ସେ ଉକ୍ତ ଏମବିକେଙ୍କ ବିରୋଧରେ ମିଥ୍ୟାଅଭିଯୋଗ ଆଣି ଉପରିସ୍ଥ ଅଧିକାରୀଙ୍କୁ ବିଭ୍ରାନ୍ତ କରି ଏକ ତଦନ୍ତ କମିଟି ଗଠନ କରାଇ ବିଫଳ ହେବାପରେ ଜଣେ ସରକାରୀ କର୍ମଚାରୀର ଚାକିରୀକ୍ଷମତା ବାହାରକୁ ଯାଇ ଅଦାଲତର ଦର୍ଜା ଖଟଖଟାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଏଲ୍ ସି ସତ୍ୟପ୍ରିୟ ବେହେରାଙ୍କର ମନମାନି ଓ ଏଭଳି ଅନିୟମିତତାର ପ୍ରତିବାଦ କରିବାରୁ ସେ ମୁଣ୍ଡପଦର ଏମ ବି କେ ଚନ୍ଦ୍ରିକା ସଗରିଆଙ୍କ ବିରୁଦ୍ଧରେ ଲାଗିପଡିଛନ୍ତି। ତାଙ୍କର ଦୁର୍ନୀତି ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ସେ ଓକିଲ ନୋଟିସ୍ ପଠାଇ ତାଙ୍କ ବିରୋଧରେ  କୋର୍ଟରେ ମାମଲା ଋଜୁ କରିବାର ଧମକ ଦେଇଛନ୍ତି। 

ପ୍ରକାଶଯୋଗ୍ୟ ଯେ, ଉକ୍ତ ବିଏଲସି ଜିପିଏଲଏଫ୍ ଓ ଏସ୍ ଏଚ୍ ଜି ଜରିଆରେ ରୀତିମତ ଅର୍ଥ ଆଦାୟ କରି ପ୍ରଚୁର ଅନ୍ୟାୟୋପାର୍ଜନ କରୁଥିବା ଓ ଯେଉଁମାନେ ତାଙ୍କ କଥା ନ ମାନିବେ, ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିବା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଉକ୍ତ ଏମବିକେ ଚନ୍ଦ୍ରିକା ସଗରିଆଙ୍କ ମତାମତ ସଂଗ୍ରହ କରିଥିବାରୁ ସେ ଉକ୍ତ ଅଧିକାରୀଙ୍କ ବିଷଦୃଷ୍ଟିରେ ପଢିଛନ୍ତି। ତାଙ୍କ ବିରୋଧରେ ଆଗତ ଅଭିଯୋଗ ସମ୍ପର୍କରେ ପଚାରିବାରୁ ଉକ୍ତ ବିଏଲସି ଏଡାଇ ଯାଇଥିବାବେଳେ ବିପିଏମ ଉକ୍ତ ଏମବିକେ ଲକ୍ଷାଧିକ ଟଙ୍କାର ହିସାବ ଦେଉ ନଥିବା ଓ ଏଥିପାଇଁ ଏକ ତଦନ୍ତକମିଟି ଗଠନ କରାଯାଇ ତଦନ୍ତ କରାଯାଇଥିବା ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ଉକ୍ତ ଏମବିକେ ଚନ୍ଦ୍ରିକା ସଗରିଆଙ୍କୁ ପଚରାଯିବାରୁ ସେ  କୌଣସି ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ନଥିବା କହିଥିବା ସହ  ତାଙ୍କ ହାତରେ କେବଳ ଖାତପତ୍ର ଲେଖିବା କାମ ରହିଥିବା ଓ ଅଦ୍ୟାବଧି କେହି ଆସି ତାଙ୍କୁ ଏହାର ହିସାବ ମାଗି ନଥିବା ବେଳେ, ଅଭିଯୋଗ ଭିତ୍ତିହୀନ ଓ ଆକ୍ରୋଶମୂଳକ ବୋଲି ଉତ୍ତର ଦେଇଛନ୍ତି । 

ତେବେ ଏହି ବ୍ଲକ୍ ର ଯେ କୌଣସି ଗୋଷ୍ଠୀର ଆକାଉଣ୍ଟରେ ଉକ୍ତ ଅଧିକାରୀଙ୍କ ନିର୍ଦ୍ଦେଶରେ ଟଙ୍କା ପଡୁଥିବା ଓ ସେ ସିଆରପି ଚୟନଠାରୁ ଯାବତୀୟ ଗୋଷ୍ଠୀ ବିନିଯୋଗ ପାଣ୍ଠି, ଋଣ, କିଣାକିଣି, ନିର୍ମାଣ ଓ ଅନ୍ୟାନ୍ୟ ବ୍ୟୟ ସକାଶେ ଉତ୍କୋଚ ଓ ମୋଟାଅଙ୍କର ପିସି ନେଉଥିବା ଅଭିଯୋଗ କରାଯାଇଛି । ଯଦିଓ ଏ ସମ୍ପର୍କରେ ସେ ଅସ୍ବୀକାର କରନ୍ତି ।

ଏହି ବ୍ଲକ୍ ର ଅନ୍ୟାନ୍ୟ ପଞ୍ଚାୟତର ଜିପିଏଲଏଫ୍ ବା ଏମବିକେ ମାନଙ୍କ ମଧ୍ୟରେ ମୁଣ୍ଡପଦର ଏମବିକେ ଚନ୍ଦ୍ରିକା ସଗରିଆ ଜଣେ ଉଚ୍ଚଶିକ୍ଷିତା, ସ୍ବଚ୍ଛଳ ଓ କାମ ପାଇଁ ପୂର୍ବ ପୁରସ୍କୃତା ଥିବା ଓ ଏହି ଅଧିକାରୀମାନଙ୍କ ଅବୈଧ କାର୍ଯ୍ୟକଳାପ ବିରୋଧରେ ପ୍ରତିବାଦ କରୁଥିବାରୁ ତାଙ୍କୁ କୌଣସିମତେ ହଟାଇଦେବାକୁ ରୀତିମତ ଷଡଯନ୍ତ୍ର ଚାଲିଛି ଓ   ଆବଶ୍ୟକ ପଡିଲେ ଆଇନ ଅଦାଲତର ମଧ୍ୟ ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି ।

ତେଣୁ ଏହିବ୍ଲକ୍ ରୁ ଉକ୍ତ ସ୍ଥାନୀୟ ବିଏଲସି ଓ ଅଧିକାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିଦିଆଯାଇ ଏବାରେ ସରକାରଙ୍କ ମହିଳା ସ୍ବାବଲମ୍ବୀତାକୁ ସୁଦୃଢ଼ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି ।

ଏ ସମ୍ପର୍କରେ ଆମ ପ୍ରତିନିଧି  ବିପିଏମ ବିଜୟ ବେହେରା, ବଲାଙ୍ଗୀର ଭାରପ୍ରାପ୍ତ ଡିପିଏମ ସୁମନ ଦ୍ବିବେଦୀ, ବଙ୍ଗୋମୁଣ୍ଡା ବିଡିଓ ବାସନ୍ତୀ ସେଠୀ, ଅଧ୍ୟକ୍ଷ ଭୋଳାନାଥ ବେହେରା ପ୍ରମୁଖଙ୍କୁ ଭେଟି ଆଲୋଚନା କରିଥିଲେ ।  ତେବେ ସେମାନେ ଚାଲିଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ନଥିବା ଆଶ୍ଚର୍ଯ୍ୟଜନକ ! ମିଶନଶକ୍ତି ଜରିଆରେ ଓଡିଶା ଜୀବିକା ମିଶନକୁ ସରକାର ଦେଉଥିବା କୋଟି କୋଟି ଟଙ୍କା ଏହିପରି ଉପରୁତଳଯାଏ ଲମ୍ବିଥିବା ବଟି ରାକେଟ୍ ଦ୍ବାରା ବାଟମାରଣା ହେଉଛି ।  ଏବେ ତାଙ୍କର ଦୁର୍ନୀତି ସମ୍ପର୍କରେ ଚର୍ଚ୍ଚା ପ୍ରକାଶ ପାଇବାରୁ ଉକ୍ତ ବିଏଲସି ବୁଲି ବୁଲି ସିଆରପି ଓ ତାଙ୍କ ହାତବାରିସୀ ସାଜିଥିବା ଗୋଷ୍ଠୀଗୁଡିକୁ   ତାଙ୍କ ସପକ୍ଷରେ ମତାଉଥିବା ଲକ୍ଷ୍ୟ କରାଯାଇଛି ।

▪︎☆☆☆▪︎☆☆☆▪︎☆☆☆▪︎☆☆☆▪︎


News Comment




Photo in News

Advertisment
Lastest News
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026

You Might Also Like