-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଠାରେ ଚାଷୀ ମାନେ ସ୍ମାର୍ଟ୍ କେନାଲ କାର୍ଯ୍ୟ ଯୋଗୁଁ ଜମିରେ ପାଣି ଜମି ରହିବାରୁ ଅଭିଯୋଗ କରିଛନ୍ତି । ସ୍ମାର୍ଟ୍ କେନାଲ ନାଁରେ ଏସ.ଡି.ଓ ସହ ଜେ.ଇ ନିମ୍ନ ମାନର କାର୍ଯ୍ୟକରିବା ସହ ଚାଷୀଙ୍କ ସମସ୍ୟା ଶୁନୁନାହି ବିଭାଗୀୟ ଅଧିକାରୀ । ଚାଷୀଙ୍କ ପାଣି ଯିବା ରାସ୍ତାକୁ ଅବରୋଧ କରିଥିବା ବେଳେ ଚାଷୀଙ୍କ ଏକର ଏକର ଜମିର ପାଣି ଭର୍ତି ହୋଇ ରହିଯାଇଛି । ବିଲରେ ଧାନ ଚାଷ କରିଥିବା ବେଳେ ପାଣି ନିଷ୍କାସନ ପାଇଁ ବ୍ୟବସ୍ତା କରିନି କେନାଲ ବିଭାଗ । ଏନେଇ ଜମିରେ ଧାନ ଚାଷ ହୋଇଥିବା ବେଳେ ଧାନ ପାଣିରେରେ ବୁଡ଼ି ରହିଛି । ସେପଟେ ଚାଷୀ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦୁଇ ଦିନ ଭିତରେ ତାର ସମାଧାନ ନ କଲେ ବିଶ ପିଇ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ।
♡《《《《《■》》》》》♡