-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||     

HOME   ରାଜ୍ୟ

ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକଳାପରେ କର୍ମଚାରୀ ଓ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ

02-Aug-2024



ଗଣିଆ(ବିଜୟଲକ୍ଷ୍ମୀ ରାଉତ): ନୟାଗଡ଼ ଜିଲ୍ଲା ଗଣିଆ ସ୍ଥିତ ଶ୍ରୀଶ୍ରୀ ରଘୁନାଥ ଜୀଉ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୫ମାସ ହେଲା ଶୀମତୀ ସଲିଳା ସେଠୀ ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କର ମନମୁଖୀ କାର୍ଯ୍ୟକଳାପ ତଥା କଥା କଥାରେ କର୍ମଚାରୀଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, କାରଣଦର୍ଶାଅ ନୋଟିସ୍ ଜାରି କରିବା, ନିଜେ କ୍ଲାସ୍ ନକରି ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଅପମାନିତ କରିବା ସହିତ ନିଜ ହାତରେ କ୍ୟାସ୍ ବୁକ୍, ପାସବୁକ୍ ରଖି ଅର୍ଥ ଉଠାଇ ମନ ମୁତାବକ ଖର୍ଚ୍ଚ କରିବା ସହିତ କର୍ମଚାରୀଙ୍କୁ ଧମକ ଚମକ୍ ନେଇ ଥାନାରେ ବସାଇବା ଭଳି କାର୍ଯ୍ୟକଳାପ  ଗଣିଆ ଅଞ୍ଚଳରେ ବୁଦ୍ଧିଜୀବୀମହଲରେଆଲୋଚନା ଜୋର ଧରିଛି ।  ପ୍ରକାଶ ଥାଉ କି ଗଣିଆ  ମହାବିଦ୍ୟାଳୟରେ (+୨)  ପ୍ରାୟ ୫୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଅନୁଷ୍ଠାନରେ ଇଂରାଜୀ ବିଷୟ (PGT)ରେ ଯୋଗ ଦେଇଥିବା  ଶ୍ରୀମତୀ ସଲିଳା ସେଠୀ ଅଫିସ୍ କାର୍ଯ୍ୟରେ ବ୍ୟସ୍ତତା ଦେଖାଇ ନିଜ ଇଂରାଜୀ ବିଷୟ କ୍ଲାସ୍ କରୁନାହାନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ଉଚିତ୍ ଶିକ୍ଷା ପାଇ ପାରୁନାହାନ୍ତି। ପ୍ରକାଶ ଥାଉ କି କଲେଜର ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ହେଡ୍ କ୍ଲର୍କ ଙ୍କୁ ଧମକ ଚମକ୍ ମଧ୍ୟ କରିଛନ୍ତି। କଲେଜ୍ ରେ ଡି ଇ ଓ ଉପସ୍ଥିତ ନଥିବା ବେଳେ ଆଲମାରୀ ଚାବି ଭାଙ୍ଗି ନୂତନ ତାଲା ପକାଇବା କଥା ମଧ୍ଯ ଦୃଷ୍ଟିକୁ ଆସିଛି। କର୍ମଚାରୀ ମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି ମଧ୍ୟ କରିଛନ୍ତି। ଜଣେ ଅଧ୍ୟକ୍ଷା ହୋଇ କର୍ମଚାରୀ ମାନଙ୍କୁ ଗାଳିଗୁଲଜ କରି ଅସମ୍ମାନ କରିବା ସହ ସାଧାରଣ କଥାରେ ଥାନାର ଦ୍ୱାରସ୍ଥ ମଧ୍ୟ ହେଇଥିଲେ ।
ଏହା ସହ ନିଜର ସ୍ବାର୍ଥକୁ ଆଖି ଆଗରେ ରଖି ନିଜର ପ୍ରାଇଭେଟ୍ କୋଚିଂ ସେଣ୍ଟର୍ ଚଳାଇବା ନିମନ୍ତେ ସରକାରଙ୍କ ସମୟସୀମାକୁ ପାଳନ ନକରି କଲେଜ୍ ରେ ଶ୍ରେଣୀ ଶିକ୍ଷା ଓ ପରୀକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରାଇଥିଲେ। ତାଙ୍କ ନିଜସ୍ୱ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀଙ୍କୁ କଲେଜରେ ଅଧିକ ମାର୍କ ଦେବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ମାର୍କ କାଟିବା ପାଇଁ ଧମକ ଦେବା ମଧ୍ୟ ଜଣାପଡିଛି। ଶ୍ରୀମତୀ ସେଠୀ କଥା କଥା ରେ 'ମୁଁ ଜଣେ ଏସ୍ ସି  ଜାତି ର ମହିଳା ଏବଂ ମୋ ସ୍ବାମୀ ଜଣେ ସାମ୍ବାଦିକ' କହି ଧମକ ଦେବା ସହ ପ୍ରତ୍ୟେକ ଦିନ କଲେଜରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରୁଛନ୍ତି, ଯାହା ଫଳରେ କଲେଜର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଂକ ମଧ୍ୟରେ ମାନସିକ ଅଶାନ୍ତି ଦେଖାଯାଇଛି। 
ଏପରି ଉଦ୍ଧତତା ତଥା ଅନୁଷ୍ଠାନ ବିରୋଧୀ  ଅଧ୍ୟକ୍ଷାଙ୍କ ବେନିୟମ କାର୍ଯ୍ୟକଳାପ ନିମନ୍ତେ ସରକାରୀ ଅନୁସନ୍ଧାନ ତଥା ସଠିକ୍ ତଦନ୍ତ କରାଯିବା ପାଇଁ କଲେଜ୍ କର୍ମଚାରୀଙ୍କ ଦ୍ବାରା ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ, ଓଡ଼ିଶା ସରକାରଙ୍କ ମାସ୍ ଏଯୁକେଶନ ଙ୍କୁ ଅଭିଯୋଗ ପତ୍ର କରିବା ପରେ ମଧ୍ୟ କାହିଁକି ସମାଧାନ ହୋଇପାରୁ ନାହିଁ ତାହା ଏବେ ବଡ ପ୍ରଶ୍ନ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026

You Might Also Like