-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Jun-2024
ରେଢ଼ାଖୋଲ ( ଅନିଲ ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଉଣ୍ଟ୍ ରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ଗତ ସୋମବାର ଦିନ କଲେଜ ଅଧ୍ୟକ୍ଷା ମମତା ବିଶ୍ବାଳ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଗୁରୁବାର ଦିନ ସଂଧ୍ୟା ୭ ଟା ସମୟରେ ଡାଟା ଏଣ୍ଟ୍ରି ଅପରେଟର ପ୍ରଦଭୁତ୍ତ ସ୍ବାଇଁ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ କଲେଜର ଡାଟା ଏଣ୍ଟ୍ରି ଅପରେଟର ପ୍ରଭୁଦତ୍ତ ସ୍ବାଇଁ ଚତୁରତାର ସହ କଲେଜ ଏକାଉଣ୍ଟ୍ ରୁ ଟଙ୍କା ନିଜ ଏକାଉଣ୍ଟ୍ କୁ ଟ୍ରାନସଫର କରି ନେଇଯାଉଥିଲେ , ହେଲେ କଲେଜ କର୍ତୃପକ୍ଷ ଏହାର ଟେର ପାଉନଥିଲେ ପ୍ରତିଥର ୨ ରୁ ଅଢେଇ ଲକ୍ଷ ଟଙ୍କା କଲେଜ ଏକାଉଣ୍ଟ୍ ରୁ ନିଜ ଏକାଉଣ୍ଟ୍ କୁ ଟ୍ରାନସଫର କରି ନେବାରେ ସଫଳ ହେଉଥିଲେ । ଏମିତି ସେ ୨୧ ଲକ୍ଷ ଟଙ୍କା ନିଜ ଏକାଉଣ୍ଟ୍ କୁ ନେଇ ଥିବା ଜଣାପଡିଛି । ଏ ଘଟଣା ଜଣାପଡ଼ିବା ପରେ କଲେଜ ଅଧ୍ୟକ୍ଷା ଡାଟା ଏଣ୍ଟ୍ରି ଅପରେଟରଙ୍କ ନାଁରେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଘଟଣାର ଛାନ ଭିନ ଆରମ୍ଭ କରିଦେଇଥିଲା , ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଭୁବନେଶ୍ୱର ସ୍ଥିତ କେଶରୀ ଟକିଜ ପଛ ପାଖ ଏକ ଓୟୋ ହୋଟେଲ ରେ ଲୁଚି ଥିବା ପୋଲିସ ଜାଣିବାକୁ ପାଇଥିଲା । ଗତକାଲି ରାତିରେ ପୋଲିସ ଚଢ଼ାଉ କରି ପ୍ରଭୁଦତ୍ତ ସ୍ୱାଇଁ ଙ୍କୁ ଗିରଫ କରି କେଶ ନଂ ୧୫୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସବିତା ବାଲା ସେଠୀ ସୂଚନା ଦେଇଛନ୍ତି ।