-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ଲୋଇସିଂହା, (ପ୍ରେରଣା ଖବର) ବଲାଙ୍ଗୀର ବ୍ଲକ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ଼ ଗ୍ରାମରେ ପାଣି ସମସ୍ୟା କୁ ନେଇ ଶତାଧିକ ମହିଳା ଓ ପୁରୁଷ ଫାସଡ଼ ଛକ 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ଏ ବାବଦରେ ଖବର ପାଇ କନିଷ୍ଠ ଯନ୍ତ୍ରୀ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ l ହେଲେ ଲୋକେ ଯେ ପର୍ଯ୍ୟନ୍ତ ଜିଲ୍ଲାପାଳ ଆସି ଏହାର ସମାଧାନ ନ କରନ୍ତି ରାସ୍ତା ଅବରୋଧ ବଳବତ୍ତର ରହିବ ବୋଲି ଗ୍ରାମବାସୀ ଜିଦ ରେ ଅଟଳ ରହିଲେ l ଏହାପରେ ଅପରାହ୍ନ 2 ଟା ପରେ ଘଟଣା ସ୍ଥଳକୁ ବଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁ, ଆରଡ଼ବ୍ଲୁଏସଏସ ଏସଡିଓ ଆଶୁତୋଷ ଭଦ୍ରା ଓ ଅତିରିକ୍ତ ତହସିଲ୍ଦାର ପହଂଚି ଲୋକଙ୍କ ସହ ଆଲୋଚନା ପରେ ଲୋକେ ରାସ୍ତା ଅବରୋଧ ରୁ ହଟିଥିଲେ l ଅବରୋଧ ସମୟରେ ରାସ୍ତା ର ଉଭୟ ପାର୍ଶ୍ଵ ରେ ଅନେକ ଯାନବାହାନ ଛିଡା ରହିବା ସହ ଯାତ୍ରୀ ଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥିଲା l