-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ )
ସ୍ଥାନୀୟ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ସୋନପୁର ସଦର ମହକୁମାରେ କାର୍ଯ୍ୟରତ ସାମ୍ୱାଦିକ ମାନଙ୍କ ଏକ ବୈଠକ ଓ ବନ୍ଧୁ ମିଳନ ଅନୁଷ୍ଟିତ ହୋଇଥିଲା l ସାମ୍ୱାଦିକ ଙ୍କ ବିଭିନ୍ନ ସମସ୍ୟା ଓ ସୁରକ୍ଷା ଉପରେ ଆଲୋଚନା ହୋଇଥିବା ବେଳେ ସାମ୍ୱାଦିକ ଙ୍କ ଦଶ ଦଫା ଦାବୀ ପୂରଣ ନେଇ ରାଜ୍ଯ ର ନୂଆଁ ସରକାର ଙ୍କୁ ଏ ନେଇ ସୁବର୍ଣ୍ଣପୁର ଜିଲ୍ଲା ରୁ ଗତ ୧୩ ତାରିଖ ରେ ପ୍ରଥମ ଦାବୀ ପତ୍ର ପ୍ରଦାନ କରିଥିବା ବିଷୟ ଉପରେ ଆଲୋଚନା ହୋଇଥିଲା l ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଙ୍କ ସହିତ ଏ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପାଇଁ ଜିଲ୍ଲା ରୁ ଏକ ପ୍ରତିନିଧି ଦଳ ମନୋନୀତ କରାଯିବା କୁ ଆଲୋଚନା ହୋଇଥିଲା l ମୃତ୍ୟୁଞ୍ଜୟ ଶତପଥି, ବେଣୁଧର ପ୍ରଧାନ, ମନୋରଞ୍ଜନ ତ୍ରୀପାଠୀ, ଧରଣୀ ଧର ମିଶ୍ର, ପୀତାମ୍ବର ମହାପାତ୍ର , ସନ୍ତୋଷ ମିଶ୍ର ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସଦର ମହକୁମା ର ସମସ୍ତ ମିଡିଆ ଯୋଗ ଦେଇ ନିଜ ନିଜର ମତ ଦେଇ ସାମ୍ୱାଦିକ ଏକତା କୁ ବଜାୟ ରଖିବାକୁ ପରାମର୍ଶ କରିଥିଲେ l ଓ ସରକାର ଙ୍କ ପାଖରେ ଜିଲ୍ଲା ତଥା ରାଜ୍ୟ ର ସାମୂହିକ ସ୍ବାର୍ଥ ସମ୍ବଳିତ ଖବର ସବୁ ଉପସ୍ଥାପନା କରିବାକୁ ସର୍ବଦା ଧ୍ୟାନ ରଖିବାକୁ ମତ ରଖିଥିଲେ l