-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ଆଜି ଭାରତ ବର୍ଷର ସର୍ବବୃହତ ମହାସଂଘ ହେଉଛି ଭାରତୀୟ ମଜଦୁର ସଙ୍ଘ l ଏହି ସଙ୍ଘରେ ସର୍ବ ଭାରତୀୟ ସ୍ତରରେ ଏକ କୋଟି ସଦସ୍ୟ ଥିବାର ସଙ୍ଘ ଦାବୀ କରେ l ଏହି ମହାସଂଘରେ ଅନେକ ପ୍ରକାରର ମଜଦୁର ସଙ୍ଘଗୁଡିକ ଜଡିତ ଅଛନ୍ତି l ସେମାନଙ୍କ ମଧ୍ୟରୁ ଆଶା, ଅଙ୍ଗନବାଡି, ପାଚିକା, ରେଲୱେ, କୋଠାବାଡି, ରାଜମିସ୍ତ୍ରୀ, ଝାଡୁଦାର, ରିକ୍ସା ଚାଳକ, ଭାରତୀୟ ପ୍ରତିରକ୍ଷା ମଜଦୁର ସଙ୍ଘ, ଉଠା ଦୋକାନୀ, କଳ କାରଖାନାରେ କାର୍ଯ୍ୟରତ ମଜଦୁର ପରି ଅନେକ ସଂଘର ସଦସ୍ୟମାନେ ଏହି ସଂଘରେ ମିଳିତଭାବେ ସଂଗଠିତ ହୋଇଥାନ୍ତି l
ଆଜି ବଲାଙ୍ଗୀର ଜିଲ୍ଲାର ସରସ୍ବତୀ ଶିଶୁ ବିଦ୍ୟାଳୟରେ ଜିଲ୍ଲାର ବିଭିନ୍ନ ସଙ୍ଘର ଶତାଧିକ ସଦସ୍ୟ ଏକତ୍ରିତ ହୋଇ ଜିଲ୍ଳା କମିଟି ଗଠନ କରିଥିଲେ l ଏହି ବୈଠକରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲାର ବଲାଙ୍ଗୀର ଓ ସୋନପୁର ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା ସଭାର ନେତୃତ୍ୱ ନେଇଥିଲେ ଏବଂ ଜିଲ୍ଲାର ନୂତନ କମିଟି ଗଠନ କରିବା ସହିତ ସଭାପତି ଭାବେ ଅରୁଣ ପଟେଲ, ଯୁଗ୍ମ ସଭାପତି ସ୍ନିଗ୍ଧାଞ୍ଜଳୀ ନନ୍ଦ, ସମ୍ପାଦକ ଫିରୋଜ କୁମାର ସାହୁ, ସହ ସମ୍ପାଦିକା ଯାଜ୍ଞସିନି କୁମ୍ଭାର, ସଂଗଠନ ସମ୍ପାଦକ ଚିତ୍ତ ରଞ୍ଜନ ପାଢ଼ୀ, କୋଷାଧକ୍ଷ ବାଳକୃଷ୍ଣ ସାହୁ ଓ ସହାୟକ ସଦସ୍ୟମାନେ ହେଲେ ସୁନୀଲ ମିଶ୍ର, ବିନୋଦିନୀ ପଟେଲ, ଆଭାମୟୀ ପୁରୋହିତ, ନିରାବତୀ ମେହେର, ରାଜକୁମାର କଲେତ, ଶରତ ସାହୁ, ଗୋପାଳ ସାହୁ, ନୀଳାମ୍ବର ବେହେରାଙ୍କୁ ଦାୟିତ୍ୱ ଭାର ଦିଆଗଲା l ଆଗାମୀ ଦିନରେ ଭାରତୀୟ ମଜଦୁର ସଙ୍ଘକୁ ସୁଚାରୁରୂପେ କାର୍ଯ୍ୟକାରି କରିବା ସହିତ ଜିଲ୍ଲାର ସମସ୍ତ ମଜଦୁର କିପରି ଭାବରେ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି ସଦାସର୍ବଦା ଜାଗ୍ରତ ହେବେ ବୋଲି ନୂତନ କମିଟି ସଦସ୍ୟ ପ୍ରତିଶୃତିବଦ୍ଧ ହେଲେ l