-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
08-May-2024
ପାଟଣାଗଡ , (ପ୍ରେରଣା ଖବର) ଆଦିବାସୀ ନେତା ବସନ୍ତ ମାଝୀ ଓ ମହେନ୍ଦ୍ର ଧରୁଆ ଙ୍କ ନେତୃତ୍ୱ ରେ ବେଲପଡା ବ୍ଲକ ର ୧୫୦ ଜଣ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି l ଏହି ଅବସରରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତ କର୍ମୀଙ୍କୁ ସ୍ୱାଗତ ଜଣାଇଥିଲେ l ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ କାର୍ଯ୍ୟଦକ୍ଷତା ଓ ବିକାଶମୂଳକ ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ହୋଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଆକୃଷ୍ଟ ହୋଇ ବିଜେଡ଼ିରେ ସାମିଲ୍ ହୋଇଛନ୍ତି ବୋଲି କର୍ମୀ ମାନେ ପ୍ରକାଶ କରିଛନ୍ତି l