-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ମହାନଗର

ନିଖୋଜ ଦାଦନଶ୍ରମିକ ମାଆର ଆତ୍ମହତ୍ୟା ଉଦ୍ୟମ ଘଟଣା  : କୌଣସିଦଳର ନଜର ନାଇଁ  : ବିରୋଧୀ ବି ଚୁପ୍  !

04-May-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ଦାଦନଗଡ କଣ୍ଟାବାଞ୍ଜି ଅଞ୍ଚଳରୁ ଚାଲାଣ ହୋଇଥିବା ଜଣେ ଦାଦନଶ୍ରମିକ ଆନ୍ଧ୍ରରେ ନିଖୋଜ୍ ହେଲାପରେ ତା'ର ବିଧବାବୃଦ୍ଧା ମାଆ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚିତ ହୋଇପଡିଥିବା ବେଳେ ନିର୍ବାଚନୀ ମାହୌଲ୍ ସତ୍ତ୍ୱେ କୌଣସି ରାଜନୈତିକ ଦଳ ପକ୍ଷରୁ ଅଦ୍ୟାବଧି ଏହାକୁ ଇସୁ ବା ପ୍ରସଙ୍ଗ କରାଯାଇ ନଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ଗୃହବିଭାଗ ହାତରେ ରଖିଥିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ଶାସକ ବିଜେଡି ପକ୍ଷରୁ ଉକ୍ତ ଯୁବକର ନିଖୋଜ୍ ଓ  ଥାନାରେ ପହଞ୍ଚିଥିବା ମାଆର ଏତଲାର  ତଦନ୍ତର ପରିଣତି ସମ୍ପର୍କରେ ନୀରବତା ଅବଲମ୍ବନ କରାଯାଇ ଆସୁଥିବା ବେଳେ , ଏହି ଆସନରେ ଭାଜପାରୁ ଜଣେ ଦାଦନସର୍ଦ୍ଦାର ନିଜେ ପ୍ରାର୍ଥୀ ହୋଇଥିବା ଏବଂ ବିଭିନ୍ନସମୟରେ ଆସି ଗିରଫ ହୋଇଥିବା ରାଜ୍ୟବାହାରର ଆନ୍ଧ୍ର ଦାଦନ ସେଠ୍ ଙ୍କୁ ମୁକୁଳାଇବାକୁ ଥାନାଘେରାଉ କରିଥିବା କଂଗ୍ରେସର ବିଧାୟକ , ନେତା ଓ ଏଥର ମଧ୍ୟ ପ୍ରାର୍ଥୀହୋଇଥିବା ବିରୋଧୀଦଳ ପକ୍ଷରୁ ଉପରୋକ୍ତ ମାମଲାର ତଦନ୍ତ ପାଇଁ ଦାବି କରା ନଯାଇ ତୁଣ୍ଡରେ ତୁଣ୍ଡିବାନ୍ଧି ରହିବାକୁ ଅଞ୍ଚଳର ଲୋକେ ତୀବ୍ର ସମାଲୋଚନା ପ୍ରକାଶ କରିଛନ୍ତି । ଏହି ସମ୍ବେଦନଶୀଳ ମାମଲାଟି ବିଭିନ୍ନ ଗଣମାଧ୍ୟମରେ ଘନ ଘନ ଖବର ପ୍ରକାଶ ପାଇବା ପରେ ବିଜେଡି , ବିଜେପି ଓ କଂଗ୍ରେସ  ତିନି ପ୍ରମୁଖଦଳର ସବୁଜାଣି ନୀରବ ରହିବାର କାରଣ ଜଣାପଡ଼ିନାହିଁ ।

ଘଟଣାରୁ ପ୍ରକାଶ ଯେ , ପ୍ରାୟ ଚାରିମାସତଳେ ମୁରିବାହାଲ ଥାନା ଅନ୍ତର୍ଗତ ବଡସାଇମରା ପଞ୍ଚାୟତର ସାନଝରବାହାଲି ଗ୍ରାମର ମୈତ୍ର ସେଠ୍ ( ୨୧ )କୁ ଅଣ୍ଡାଲଦରୋ ଗ୍ରାମର ପୂର୍ବରୁ ଏପରି ବେଆଇନ ଦାଦନଚାଲାଣ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ସର୍ଦ୍ଦାର ସୁଶାନ୍ତ ପାତ୍ର ଦାଦନଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶକୁ ଚାଲାଣ କରିଥିଲା ।  ସେଠାରେ ସେ ଇଟାଭାଟିରେ ମାଟିତାଡୁଥିବା ଜେସିବି ଡ୍ରାଇଭର ଭାବରେ କାମ କରୁଥିବା ଓ କୌଣସି ଘଟଣାରେ ନିଖୋଜ୍ ହୋଇଯାଇଥିବା ଅସମର୍ଥିତ ସୂତ୍ରରୁ ଖବରପାଇ ଘରେ ଥିବା ବିଧବାବୃଦ୍ଧା ମାଆ ପୁଅ ପାଇଁ ପାଗଳୀପ୍ରାୟ ହୋଇଯାଇଥିବା ଲୋକେ କହନ୍ତି । ତେଣୁ ସେ  କୋଶଳ ଆନ୍ଦୋଳନକାରୀ ଜଣେ ବିବଦମାନ ତଥାକଥିତ ନେତା ଓ କେତେକ ତଥାକଥିତ ସ୍ବେଚ୍ଛାସେବୀଙ୍କ ସହଯୋଗରେ ସ୍ଥାନୀୟ ମୁରିବାହାଲ ଥାନାକୁ ଯାଇ ହଜିଲା ପୁଅକୁ ଖୋଜି ଆଣିବାକୁ ସର୍ଦ୍ଦାର ବିରୁଦ୍ଧରେ ମାଆ ପଦ୍ମାବତୀ ସେଠ୍ ପକ୍ଷରୁ ଏକ ଏତଲା ଦିଆଯାଇଥିଲା । ପୁଲିସ୍ ଥାନକୁ ସର୍ଦ୍ଦାରକୁ ଡକାଇ ପଚରାଉଚୁରା କରିବାରୁ ସେ ଉକ୍ତ ଦାଦନଶ୍ରମିକକୁ ଫେରାଇ ଆଣିବା ପାଇଁ କିଛିଦିନ ମହଲତ ମାଗିଥିବା ପ୍ରକାଶ । ତେବେ ସର୍ଦ୍ଦାର ସେହି ସମୟସୀମା ଗଡାଇ ଧରାଛୁଆଁ ଦେଲାନାହିଁ ।  ସେହିପରି ସାହାଯ୍ୟକାରୀ କୋଜିନେତା ଓ ସ୍ବେଚ୍ଛାସେବୀମାନେ ସର୍ଦ୍ଦାରଠାରୁ ହାତ ଚିକ୍କଣ କରି ଚୁପ୍ ରହିଗଲେ । ଏହା ସେମାନଙ୍କର ପେଶାବୋଲି ଜଣାପଡିଲା । ତେଣୁ ସବୁଦିଗରୋ ନିରାଶ ହୋଇପଡି ତାର ବିଧବାବୃଦ୍ଧା ମାଆଟି ଗାଁ'ରୁ ପ୍ରାୟ ସତୁରୀକିମି ବାଟ ଚାଲି ଚାଲି ଯାଇ ବଲାଙ୍ଗୀର ଜିଲ୍ଲାପାଳଙ୍କ ଠାରେ ଗୁହାରି କଲେ ଓ ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ସେଥିରେ କର୍ଣ୍ଣପାତ କଲେନାହିଁ । 

ଏହାପରେ ଗତ ୨୬ ତାରିଖରେ ଉକ୍ତ ବିଧବାବୃଦ୍ଧା ମାଆ ପଦ୍ମାବତୀ ସେଠ୍ ଅସୁସ୍ଥ ବଡପୁଅର ଚିକିତ୍ସା ପାଇଁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ଆସିଥିବା ବେଳେ ଅନ୍ୟମାନଙ୍କର ପୁଅକୁ ଦେଖି ସାନପୁଅର କଥା ମନେପଡିଗଲା । ଏହାପରେ ବୃଦ୍ଧା ଜଣକ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ତିନିମହଲା ମେଡିସିନ୍ ଷ୍ଟୋରର ଛାତ ଉପରକୁ ଚଢିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଓ ଦେଖିପାରି  ସସ୍ମିତା ଖୁରା ନାମ୍ନୀ ଜଣେ ମହିଳା ସିକ୍ୟୁରିଟି ଓ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ । ପୁଲିସ୍ ମଧ୍ୟ ପହଞ୍ଚି ତଦନ୍ତ କରିଥିବା ପ୍ରକାଶ । ତେବେ ନିର୍ବାଚନ ମାହୌଲ୍ ଥିବା  ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ଦ୍ବୈତ ପ୍ରାର୍ଥୀ ହୋଇଥିବା ସତ୍ତ୍ୱେ ଅଦ୍ୟାବଧି ଏହାର କୌଣସି ତଦନ୍ତ ସୁଦ୍ଧା ଘ ନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି ।

ଜନସାଧାରଣଙ୍କ ଚର୍ଚ୍ଚା ଓ ଆଲୋଚନାରୁ ପ୍ରକାଶ ଯେ , ଦାଦନଗଡରୂପେ ଜଣାଶୁଣା ଏହି ଅଞ୍ଚଳରେ ସରକାର , ପ୍ରାର୍ଥୀ , ପ୍ରଶାସନ , ପୁଲିସ୍ ଓ ଲୋକପ୍ରତିନିଧିଙ୍କ ଠାରୁ ଆଉ କେବେ ଓ କେଉଁ ଘଟଣାରେ ଅଞ୍ଚଳବାସୀଙ୍କୁ କିଭଳି କି ନ୍ୟାୟ ମିଳିବ  ?


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like