-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
04-May-2024
ନର୍ଲା (ଚିନ୍ତାମଣି ନାଏକ )
ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ବେହେରାପାଟି ଓ କାନ୍ଥିଡ଼ିଗ୍ରା , ସର୍ଗିଗୁଡ଼ା ଗ୍ରାମରେ ଗତ କିଛି ଦିନ ହେଲା ହଜାର ହଜାର ତୃସାର୍ତ୍ତ ଲୋକେ ପାଣି ଟୋପାଏ ପାଇଁ ଛଟପଟ ହେଉଥିବା ଦେଖିବାକୁ ମିଳୁଛି କାରଣ ଚଳିତ ମେ ମାସରେ ଟାଇଁ ଟାଇଁ ମୁଣ୍ଡଫଟା ଟାଣ ଖରାରେ ଲୋକେ ସନ୍ତୁଲି ହେଉଥିବା ବେଳେ ପିଇବା ପାଣି ମୁନ୍ଦାଏ ପାଇଁ ଚିତ୍କାର କରୁଛନ୍ତି ଏଭଳି ପରିସ୍ଥିତି ରେ ନର୍ଲା ତହସିଲ ଅଫିସ ନିକଟସ୍ଥ ସାନ୍ଦୁଲ ନଦୀରେ ପାନୀୟ ଜଳ ଯୋଗାଉଥିବା ପାଣି ପ୍ରକଳ୍ପ ରୁ ପାଣି କମିଯାଇଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି କିନ୍ତୁ ସାଧାରଣ ଲୋକଙ୍କୁ ପିଇବା ପାଣି ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଏଭଳି ଚିରା ଚରିତ ଢଙ୍ଗରେ ପ୍ରତିବର୍ଷ ପାଣିର ସମସ୍ୟା ଦେଖାଇ ଲୋକଙ୍କ ଅସୁବିଧା କୁ ବିଭାଗୀୟ ଅଧିକାରୀ ମାନେ ଏଡାଇଯାଉଥିବା ଅଭିଯୋଗ ହେଉଛି ପ୍ରକୃତରେ ସେହି ନଦୀରୁ ଅନେକ ପାନୀୟ ଜଳ ପ୍ରକଳ୍ପ ରୁ ସାଧାରଣ ଲୋକଙ୍କୁ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଏଠି ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ରୁ ସାଧାରଣ ଜନତା ପାଣି ଟୋପାଏ ପାଇଁ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳୁଛି ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ବେହେତାପାଟି ,ସର୍ଗିଗୁଡ଼ା, କାନ୍ଥିଡିଗ୍ରା ପ୍ରଭୃତି ଗ୍ରାମରେ ଉତ୍କଟ ଜଳ ସଙ୍କଟ ଦେଖା ଦେଇଛି ଯଦି ବିଭାଗୀୟ ଅଧିକାରୀ ଓ ବ୍ଲକ ପ୍ରଶାସନ ଏହାର ତୁରନ୍ତ ସ୍ଥାୟୀ ସମାଧାନ ନ କରନ୍ତି ତାହେଲେ ତିନି ଖଣ୍ଡ ଗ୍ରାମର ଗ୍ରାମବାସୀ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି