-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2024
ନର୍ଲା (ଦିପକ କୁମାର ସାହୁ ) ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ନର୍ଲା ସତସଙ୍ଗ କେନ୍ଦ୍ର ପ୍ରାଙ୍ଗଣ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି ଏହି କ୍ରମରେ ଆସନ୍ତା ୧୧.୦୨.୨୪ ରିଖ ରବିବାର ଦିନ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପବିତ୍ର ୧୩୬ ତମ ଜନ୍ମ ଉତ୍ସବ ଓ ଠାକୁରଙ୍କ ବିଗ୍ରହ ପ୍ରତିଷ୍ଠା ସ୍ମୃତି ମହୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯିବା କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି କାର୍ଯ୍ୟକ୍ରମରେ ଜାତି ,ଧର୍ମ ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ମହୋତ୍ସବରେ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁରଙ୍କ ଅମୃତ ଆଶିଷ ଲାଭ କରିବା ଓ ନିଜକୁ ସାର୍ଥକ ମଣିବା ହେବେ ଏହି ଭକ୍ତିମୟ ଏକ ଦିବସୀୟ କାର୍ଯ୍ୟକ୍ରମ ରେ ବେଦ ମାଙ୍ଗଳିକ ଉଷା କୀର୍ତ୍ତନ , ସମବେତ ପ୍ରାର୍ଥନା, ସଂଗୀତାଞ୍ଜଳି ,ନଗର କୀର୍ତ୍ତନ , ମାତୃ ସମ୍ମିଳନୀ , ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା ପରେ ବିଭିନ୍ନ ଭକ୍ତିଭରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ତତ୍ ସଙ୍ଗେ ସଙ୍ଗେ ମନୋରଞ୍ଜନ ପାଇଁ ସ୍ଥାନୀୟ ପ୍ରସିଦ୍ଧ ଲୋକଗୀତ କଳାକାର ସର୍ବେଶ୍ଵର ଭୋଇ ଙ୍କ କଳା ପ୍ରଦର୍ଶନ ଏବଂ ନର୍ଲା ସତସଙ୍ଗ ଆନୁକୁଲ୍ୟରେ ବରିଷ୍ଠ ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଏକ ସ୍ବାସ୍ଥ୍ୟ ଶିବିର ଖୋଲାଯାଇ ସମସ୍ତ ଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି ଏହି ପ୍ରେସ ମିଟ ନର୍ଲା ସତସଙ୍ଗ ର ସଭାପତି ବଟକୃଷ୍ଣ ଡାକୁଆ , ସମ୍ପାଦକ ସରୋଜ ଜେନା ଉପସ୍ଥିତ ରହି ସୂଚନା ଦେଇଥିବା ବେଳେ କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପଟ୍ଟନାୟକ, ହୃଷୀକେଶ ଭୋଇ,ଦିଲ୍ଲୀପ କୁମାର ସାହୁ , ସନ୍ତୋଷ କୁମାର ପୃଷ୍ଟି ,ନାଥ ପୃଷ୍ଟି ପ୍ରମୁଖ ଅଂଶଗ୍ରହଣ କରିଥିଲେ