-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
08-Feb-2024
ବଲାଙ୍ଗିର- ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଆୟୋଜିତ ପ୍ରତିଯୋଗିତା ର ତୃତୀୟ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ପ୍ରଭାତ ଦଣ୍ଡସେନା,ସମ୍ମାନିତ ଅତିଥି ଭାବରେ କଂଗ୍ରେସ ଯୁବନେତା ସମରେନ୍ଦ୍ର ମିଶ୍ର ,ଜିଲ୍ଲା କ୍ରୀଡା ସଂସଦ ର ସାଧାରଣ ସମ୍ପାଦକ ହରିନାରାୟଣ ପୂଝରୀ, ଗାନ୍ଧିନଗର ପଡା ଗାନ୍ଧିଜୀ କ୍ଳବ ର ସଭାପତି ରାମଚନ୍ଦ୍ର ପୁରୋହିତ ଓ କ୍ଲବ ର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ଏବଂ କୋଷାଧକ୍ଷ ରଂଜିତ ବେହେରା ମଂଚାସିନ ଥିଲେ । ଶଶିକାନ୍ତ ଦାସିଆ, ସଂଜୀବ
ମହାରଣା, ନରସିଂହ ସ୍ୱାମୀ ନାଇଡ଼ୁ, ରାଜେନ୍ଦ୍ର ଧାରୁଆ ଖେଳକୁ ପରିଚାଳନା କରିଥବା ବେଳେ ମ୍ୟାଚ କମିସନର ଭାବରେ ଶୁନିଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜିର ଏହି ତୃତୀୟ ଦିନର ଖେଳରେ ଏଥଲେଟୀକ ଆସୋସିଏସନ କଦଳୀପାଳି ଓ ସି.ସି . ଏଫ.ଏ ବୀରମହାରାଜପୁର ମଧ୍ୟରେ ହୋଇଥିଲା । ସଂଘର୍ଷପୁଣ୍ଣ ଏହି ଖେଳରେ ଉଭୟ ଦଳ ୧-୨ ଗୋଲ ସ୍କୋର କରିଥିଲେ, ପରିଶେଷରେ ଟାଇବ୍ରେକର ପେନାଲିଟି ସୁଟଆଉଟ ଷଡ଼ନଡେଥ ଜରିଆରେ କଦଳୀପାଳି ଦଳ ୫-୪ଗୋଲ ରେ ବିଜୟ ହାସଲ କରି ପ୍ରଥମ ଦଳ ଭାବରେ ଫାଇନାଲ କୁ ଉନ୍ନୀତ ହୋଇଥିଲା l ଆସନ୍ତା ୧୨ ତାରିଖ ଦିନ ଏହି ଦଳ ବି - ପୋଲ ର ବିଜେତା କୁ ଭେଟିବ । ତୃତୀୟ ଦିନରେ ବଲାଙ୍ଗିର ବିଶିଷ୍ଠ କ୍ରିଡାବିତ ପଦ୍ମଚରଣ ଦାଶ ଓ ହୃଷିକେଶ ସାଏ ଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମର୍ଦ୍ଧନା କରାଯାଇଥିଲା l ଟୁନା ମିଶ୍ର,ଜୟ ନାରାୟଣ ବହିଦାର, ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସାଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରୀପାଠୀ, ଦେବେନ ପାତ୍ର, ବିଭିତି ସ୍ୱାଇଁ, ଶକ୍ତି ଅମାତ,ସନ୍ତୋଷ କୁମାର ପାଢ଼ୀ, ଟିକିି ମହାପାତ୍ର, ଟିକୁ
ପରିଚ୍ଚା, ନତ୍ୟା ପଧାନ, ବିକାଶ ସା, ବିନୋଦ କାଲସାଏ, ସରୋଜ ସାହୁ, ଇନ୍ଦ୍ରମଣି ନନ୍ଦ, ପ୍ରଶାନ୍ତ ସେଠ, ମୁନା ପାଳ,ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ବୌଦ୍ଧ ପଞ୍ଚମ ଆଇ.ଆର.ବି ଏବଂ କଣ୍ଟାବାଞ୍ଜି କୋଷ୍ଟାଲ ୧୧ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ପକ୍ଷରୁ ସୁଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।