-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
01-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କ୍ଲଷ୍ଟର ଝଗୁଡିପାଲି ପ୍ରାଥମିକ ବିଦ୍ୟାଳୟର ତିନି ଜଣ ଛାତ୍ରଛାତ୍ରୀ ୨୦୨୨-୨୩ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିବା ସହ ଗ୍ରାମର ମଧ୍ୟ ଗୌରବ ବୃଦ୍ଧି କରିଛନ୍ତି |ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ
ଛାତ୍ରୀ ମୌସୁମୀ ଦୀପଶିଖା ନାୟକ ଓ ଆଦ୍ୟାଶା ବଗର୍ତ୍ତୀ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ମୋହିତ ନାୟକ ବ୍ଲକ ସ୍ତରରେ କୃତିତ୍ୱ ଅର୍ଜନ କରି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ପ୍ରଧାନ ଓ ସହକାରୀ ଶିକ୍ଷକ ମାନଭଞ୍ଜନ କର୍ମୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତର ଉନ୍ନତି କାମନା କରିଛନ୍ତି |