-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||     

HOME   ଜିଲ୍ଲା

ମହାନଦୀରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ମାମଲା : ତଦନ୍ତ ଅବହେଳାରୁ ସନ୍ଦେହ ବଢୁଛି ! ଇଙ୍କ୍ବେଷ୍ଟ , ପୋଷ୍ଟମର୍ଟମ୍ ଓ ଭିସେରାରେ ତାଳମେଳ ରହୁନି । ନୂତନ ଏସ୍ ପି ଦୃଷ୍ଟିଦେବେ କି ?

31-Jan-2024



ସୋନପୁର,(ମଳୟ ମିଶ୍ରଙ୍କ ରିପୋର୍ଟ )  ଗତ ନଭେମ୍ବର ୨୨ ତାରିଖରୁ ଘରୁ ନିଖୋଜ ବୀରମହାରାଜପୁର ଥାନା ହିକୁଡି ଫାଣ୍ଡିର କେଶେଲପୁରା ଗ୍ରାମର ଶିକ୍ଷକ ଲୋକନାଥ ନାଏକ (୩୮)ଙ୍କର ମୃତଦେହ ପରଦିନ ସୋନପୁର ଥାନା ଅନ୍ତର୍ଗତ ବିଜୁସେତୁ ପାଖର ମହାନଦୀର  ଆବଦ୍ଧ ଅଳ୍ପପାଣିରେ ଭାସୁଥିବା ଅବସ୍ଥାରେ ପୁଲିସ୍ ଉଦ୍ଧାର କରିଥିଲା । ଖବର ପାଇ ଘରଲୋକେ ଶବକୁ ଡାକ୍ତରଖାନାରୁ ଆଣି ସେତୁଠାରେ ସୋନପୁର- ବୀରମହାରାଜପୁର ରାସ୍ତାରୋକ କରି ହତ୍ୟା ଅଭିଯୋଗ କରିଥିଲେ ।  ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା ଋଜୁ କରାଯାଇ ପୁଲିସ୍ ତଦନ୍ତ କରୁଛି ।  ଥାନାର ଏସ୍ ଆଇ ଲମ୍ବୋଦର ଡାଙ୍ଗ ଏହାର ତଦନ୍ତ ଅଧିକାରୀ ଥିଲେ ।ପୋଷ୍ଟମର୍ଟମ୍ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ କହିହେବ ବୋଲି ପୁଲିସ୍ କହିଥିଲା ।  

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ପୋଷ୍ଟମର୍ଟମ୍ କରାଯାଇଥିଲା ଓ  ବହୁବାର ମାଗିବା ପରେ ଉକ୍ତ ପୋଷ୍ଟମର୍ଟମ୍ ରିପୋର୍ଟଟି ଗତ  ୨୩ । ୧୧ ୨୦୨୩ ତାରିଖରେ ଡା. କୃତ୍ତିବାସ ସୁବୁଦ୍ଧିଙ୍କ ଦ୍ବାରା କରାଯାଇଥିବା ଉକ୍ତ ପୋଷ୍ଟମର୍ଟମ୍ ରିପୋର୍ଟଟିରେ ୩୦ । ୧୧ । ୨୦୨୩ ତାରିଖ ଥିବା ଓ ୧୬ । ୧୨ । ୨୦୨୩ ତାରିଖରେ ସିଡିଏମଓଙ୍କ ସ୍ବାକ୍ଷର କରାଯାଇ ମୃତକଙ୍କ ଘରଲୋକଙ୍କୁ ଗତ ଡିସେମ୍ବର ୧୯ ତାରିଖରେ ମିଳିଛି । ତେବେ ଏହି ରିପୋର୍ଟଟିରେ ମୃତ୍ୟୁର କାରଣ ଉଲ୍ଲେଖ କରା ନଯାଇ ଭିସେରା ବା ଅଧିକ ପରୀକ୍ଷଣ ନିମନ୍ତେ ଭୁବନେଶ୍ବରକୁ ପଠାଯିବ ବୋଲି କୁହାଯାଉଥିଲେ ହେଁ ଅଦ୍ୟାବଧି  ' ପଠାଗଲାଣି ', 'ଆଜି ପଠାଯିବ' ଇତ୍ୟାଦି କାଳକ୍ଷେପଣ କରାଯାଇ ଆସୁଥିବା ଓ ଅଦ୍ୟାବଧି ଘଟଣାର ପ୍ରାୟ ତିନିମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପଠାଯାଇ ନଥିବା ଜଣାଯାଇଛି l

ଉଲ୍ଲେଖନୀୟ ଯେ ଇତିମଧ୍ୟରେ ଉକ୍ତ ମାମଲାର ତଦନ୍ତକାରୀ ଦାୟିତ୍ୱରେ ଥିବା ଏସ୍ ଆଇ ଲମ୍ବୋଦର ଡାଙ୍ଗଙ୍କର ତରଭାକୁ ବଦଳି ହୋଇଯାଇଛି ଓ ସେ ଚାର୍ଜ ଦେଇ ନଥିବା କୁହାଯାଉଛି । ସେହିପରି ସୋନପୁର ଥାନାର ଆଇ ଆଇ ସି ପଦ୍ମାସିନୀ ମେହେରଙ୍କୁ ବିଭିନ୍ନ ଛୁଟି ଓ ଡିଉଟିରୁ ଫୁର୍ ସତ୍ ମିଳୁନାହିଁ ଏବଂ ଘରଲୋକେ ଥାନାକୁ ଦୌଡି ଦୌଡି ନିରାଶ ହୋଇପଡିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ , ସମ୍ବଲପୁର ଆଇଜି , ସୁବର୍ଣ୍ଣପୁର ଏସ୍ ପି ଓ ସୋନପୁର ଆଇଆଇସିଙ୍କୁ ରେଜିଷ୍ଟ୍ରୀଡାକରେ ଲିଖିତ ଅଭିଯୋଗ ପଠାଇଥିଲେ ମଧ୍ୟ ତାହାର ଡାକ ରସିଦ୍ ଆସିନାହିଁ ।  ଏପରିକି ' ମୋ ସରକାର ' ବା ୫-ଟି କୁ ଫୋନ୍ କରି ଆଶ୍ବାସନା ପାଇଥିଲେ ହେଁ , କେହି କର୍ଣ୍ଣପାତ ସୁଦ୍ଧା କରି ନାହାଁନ୍ତି  !  ତେଣୁ କିଛିଦିନତଳେ ପ୍ରଶାସନ ପକ୍ଷରୁ ବୀରମହାରାଜପୁର ଜନଶୁଣାଣୀ ସଭାରେ ମୃତଶିକ୍ଷକଙ୍କ ଘରଲୋକେ ପହଞ୍ଚି ଅଭିଯୋଗ କରିବାରୁ ସେଠାରେ ଉପସ୍ଥିତ ଥିବା ଏସ ପି ବିରକ୍ତ ହୋଇ ' ଏଠାକୁ କାହିଁକି ଆସିଛ ? ' ବୋଲି କହି ସୋନପୁର ଏସଡିପିଓଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇ ବିଦାକରି ଦେଇଥିଲେ । ଏହାପରେ ସେମାନେ ନୂତନଭାବେ ଯୋଗଦେଇଥିବା ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କୁ ଯାଇ ଭେଟିବାରୁ ସେ ତଦନ୍ତର ପ୍ରତିଶ୍ରୁତି ଦେବା ସହ ହିକୁଡି ଫାଣ୍ଡିକୁ ଯାଇ ପଚାରାଉଚୁରା କରିଥିଲେ ।  ଏସମ୍ପର୍କରେ ଏହି ପ୍ରତିନିଧି ମଧ୍ୟ କେତେକ ବରିଷ୍ଠ ସାମ୍ବାଦିକଙ୍କ ସହ ଯାଇ ଏସଡିପିଓଙ୍କୁ ଭେଟି ପଚାରିବାରୁ ସେ ଔପଚାରିକ ଭାବରେ ଠିଆ ଠିଆ ଦି'ପଦ କହି  ' ସେଦିନ ମୃତକ ନିଜେ ମଦପିଇ ନଦୀକୁ ଯାଇଥିଲା ' , 'ଏସ୍ ପି ନିଜେ ସାକ୍ଷୀ ଅଛନ୍ତି ' ଓ ' ଅଦ୍ୟାବଧି ମୃତକର ମୋବାଇଲ୍ ଟି ମିଳିପାରି ନଥିଲେ ହେଁ , ହିକୁଡି ଫାଣ୍ଡି ଅଧିକାରୀ ଓ ସାହୁ କନେଷ୍ଟବଳ କେଶଲପୁରା ମୃତଶିକ୍ଷକଙ୍କ ଘରକୁ ଯାଇ ' ମୋବାଇଲ୍ ଟି ଘୋଡାଧାରର ଜଣେ ଝିଅ ପାଖରେ ରହିଛି 'ବୋଲି ଭିନ୍ନମୋଡ ଦେବାର ଅପଚେଷ୍ଟା କରୁଥିବା ଅଭିଯୋଗକୁ ' ସେମାନେ ଯାଇ ନଥିବା ଓ ସେପଟେ ଜୁଆ ଧରିବାକୁ ଯାଇଥିଲେ ' ବୋଲି ସେମାନଙ୍କ ସଫେଇକୁ ବିଶ୍ବାସ କରି ପ୍ରକୃତ ତଦନ୍ତ ପ୍ରତି  ଅନାଗ୍ରହ ପ୍ରକାଶ କରିଥିଲେ ।  ପ୍ରକାଶଯୋଗ୍ୟ ଯେ ଇତିମଧ୍ୟରେ ସୁବର୍ଣ୍ଣପୁର ଏସ୍ ପି ଅମରେଶ ପଣ୍ଡାଙ୍କର ବଦଳି ହୋଇଯାଇଛି ଓ ଜଣେ ଆଇପିଏସ୍ ୟଶ୍ ପ୍ରତାପ  ଶ୍ରୀମାଲ ନୂତନ ଏସ୍ ପି ଭାବରେ

ଯୋଗଦେଇଛନ୍ତି । ଶେଷରେ ଗତ  ୩୦ ତାରିଖରେ ଉଲୁଣ୍ଡାଠାରେ ଅନୁଷ୍ଠିତ ଜନଶୁଣାଣୀ ସଭାରେ ମଧ୍ୟ ଘରଲୋକଙ୍କ ପକ୍ଷରୁ ଏହାର ତଦନ୍ତରେ ଅବହେଳା ସମ୍ପର୍କରେ ଅଭିଯୋଗ କରିଥିଲେ ଓ ସେଠାରେ ଉପସ୍ଥିତ ଏଡିଏମ୍ , ସିଡିଏମଓ ଏ ସମ୍ପର୍କରେ ଡାକ୍ତରଖାନାର କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ସୋନପୁର ଆଇ ଆଇଜିଙ୍କୁ ଯାଇ ଭେଟିବାକୁ ପରାମର୍ଶ ଦେଇଥିବା ପ୍ରକାଶ ।

ସବୁଠାରୁ ଗୁରୁତର କଥା ଏହା ଯେ ମୃତ ଶିକ୍ଷକଙ୍କ ସହ ତାଙ୍କ ପତ୍ନୀଙ୍କର ଦୀର୍ଘଦିନ ଧରି ପାରିବାରିକ ବିବାଦ ଚାଲି ଆସୁଥିବା ସହିତ ନିଖୋଜ୍ ଦିନ ସନ୍ଧ୍ୟାରେ ହିକୁଡି ଫାଣ୍ଡିର ଜଣେ ହୋମ୍ ଗାର୍ଡ ଓ ଜଣେ କନେଷ୍ଟବଳ ତାଙ୍କୁ ସମାଧାନ ନିମନ୍ତେ ଡକାଇଥିବା ଅଭିଯୋଗ ହୋଇଆସୁଛି । ଏଥିସହ ଶବବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ କହିବାନୁଯାୟୀ , ମୃତକର ପ୍ଳୀହାରେ ଭିତରମାଡର ଚିହ୍ନ ରହିଛି । ଏଣୁ ଭିସେରା ରିପୋର୍ଟ ଆସିଲେ , ସବୁ ସ୍ପଷ୍ଟ ହୋଇପାରିବ । କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟ ପରି ଭିସେରା ପଠାଯିବାରେ ଅହେତୁକ କାଳକ୍ଷେପଣର କାରଣ କ'ଣ ବୋଲି ଘରଲୋକଙ୍କ ସହ ଅଞ୍ଚଳର ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ସୋନପୁରରେ ହୋମ୍ ଗାର୍ଡଙ୍କ ଭୂମିକା ଆଗରୁ ବିବଦମାନ ରହିଆସିଥିଲା ବେଳେ ବିଦାୟୀ ଏସପିଙ୍କର ଜଣେ ହୋମ୍ ଗାର୍ଡଙ୍କ ପ୍ରତି ଏବଂ କେତେକ ହୋମ୍ ଗାର୍ଡ ଓ କେତେକ କନେଷ୍ଟବଳଙ୍କ ବଦଳିକୁ ନେଇ ଅଭିଯୋଗ ପ୍ରକାଶ ଯୋଗୁଁ ଲୋକେ ପୁଲିସ୍ ପ୍ରତି ଆସ୍ଥାହରାଇଛନ୍ତି । ଜିଲ୍ଲାକୁ ଏବେ ଆସିଥିବା ନୂଆ ଜିଲ୍ଲାପାଳ ଓ ନୂଆ ଏସ୍ ପି ଏହି ବହୁଚର୍ଚ୍ଚିତ ନରହତ୍ୟା ଅଭିଯୋଗ ମାମଲାଟିର ପ୍ରକୃତ ନିରପେକ୍ଷ ତଦନ୍ତ ପ୍ରତି ଦୃଷ୍ଟି ଦେବେ କି  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026

You Might Also Like