-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି l କଣ୍ଟାମାଳ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ବ୍ଲକସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପତାକାକୁ ବିଡ଼ିଓ ସାମି ଜୟଶ୍ରୀ ରେଡି ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ କୁ ଅଭିବାଦନ ଗ୍ରହଣ କରିଥିଲେ l ସେହିପରି କଣ୍ଟାମାଳ ବସଷ୍ଟାଣ୍ଡ କଣ୍ଟାମାଳ
ବ୍ଲକ ସାମ୍ବାଦିକ ସଂଘ (କବ୍ଜା ) ଓ ଏବଂ ଆମେ ସାଂସ୍କୃତିକ ସଂଘ ପକ୍ଷରୁ ଆୟୋଜିତ ପତାକାକୁ ବରିଷ୍ଠ ସାମ୍ବାଦିକ ଜୟ କୁମାର ମହାରଣା ଉତ୍ତୋଳନ କରିଥିବା ବେଳେ ଏବଂ ଆମେ ସାଂସ୍କୃତିକ ସଂଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ଖଟୁଆ,ସମ୍ପାଦକ ରାଜକିଶୋର ବାଘ ସମେତ ଅନ୍ୟ ସଦସ୍ୟ ଓ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ପଲସlଗୋରା ଠାରେ ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ପଧାନ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଅନନ୍ତ କୁମାର ଖମାରି, ଜୟ କୁମାର ମହାରଣା, ଶିଶିର ଖଟୁଆ, ରଞ୍ଜନ କୁମାର ପାତ୍ର, ଦେବାଶିଷ ମଲିକ,ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l କଣ୍ଟାମାଳ ବଣିକ ସଂଘ କାର୍ଯ୍ୟାଳୟ ରେ ବରିଷ୍ଟ ଆଇନଜୀବୀ କୈଳାସ ଚନ୍ଦ୍ର ବାରିକ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଭାପତି ବଜରଙ୍ଗ ଲାଲ ଅଗ୍ରୱାଲ, ପ୍ରଶାନ୍ତ କୁମାର ସାହୁ ସମେତ ସଙ୍ଘର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ l ସେହିପରି ବ୍ଲକ କାର୍ଯ୍ୟାଳୟ ରେ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ତହସିଲ ରେ ତହସିଲଦାର
ଶ୍ୱେତପଦ୍ମା ଯୋଶୀ, ଫରେଷ୍ଟ ଅଫିସ ରେ ରେଞ୍ଜର କ୍ଷୀରାବ୍ଧି ପ୍ରଧାନ, କଣ୍ଟାମାଳ ଥାନାରେ ଥାନାଧିକାରୀ ଗୋପୀନାଥ ପ୍ରଧାନ,ଘଣ୍ଟାପଡା ଥାନାରେ ଥାନାଧିକାରୀ ବଳଭଦ୍ର ଗଣ୍ଡା,ବିଇଓ କାର୍ଯ୍ୟାଳୟ ରେ କଣ୍ଟାମାଳ ବିଇଓ ସନୋଜ ସେଠି, ଆଇସିଡ଼ିଏସ ରେ ଜ୍ୟୋତ୍ସ୍ନାରାଣୀ ପାଢ଼ୀ, କଣ୍ଟାମାଳ କୋର୍ଟ ରେ କଣ୍ଟାମାଳ ସିଭିଲ ଜର୍ଜ ଜୁନିଅର ଡିଭିଜନ ମାନ୍ୟବର ସତ୍ୟନାରାୟଣ ଦାସ ସମେତ ବିଭିନ୍ନ ସରକାରୀ,ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ସାମାଜିକ ସଂଗଠନ, ବ୍ୟାଙ୍କ, ଡାକଘର, ମେଡିକାଲ ଆଦିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି l