-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ବୀରମହାରାଜପୁର (ବିନୋଦ ପାଣ୍ଡେ): ବୀରମହାରାଜପୁର ସଦର ସ୍ଥିତ ମୈତ୍ରୀ ସଦନ ଠାରେ ଗୁରୁବାର ସୁଧାଂଶୁ କର୍ଣ୍ଣ ଙ୍କ ଜନ୍ମ ଦିନ ଅବସରରେ ମାହେଶ୍ୱରୀ ସେନା ଓ ଧନୁଯାତ୍ରା କମିଟିର ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ,ବାଗବର ସରପଞ୍ଚ ନିରୂପମା ବଗର୍ତ୍ତି, ଧନୁଯାତ୍ରା କମିଟିର ସଭାପତି କିଶୋର ହୋତା, କୋଶଳ ସଭାପତି ପ୍ରମୋଦ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ପ୍ରିୟବ୍ରତ ସାହୁ ଓ ଭୂଷଣ ପାତ୍ର ଅତିଥି ଭାବେ ଯୋଗଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ରକ୍ତ ଦାତା ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା। ସୋନପୁର ବ୍ଳଡ ବ୍ୟାଙ୍କ ଓ ବୁର୍ଲା ବ୍ଳଡ ବ୍ୟାଙ୍କର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ଡୁମାଳ ପରିଷଦ ସଭାପତି ଅଶ୍ଵିନୀ ମହାକୁର, ଆଲୋକ ଦେହୁରୀ, ଭଗବାନ କର୍ଣ୍ଣ, ସମିର ମହାକୁର, ଜିତେନ୍ଦ୍ର ମେଣ୍ଡିଲୀ,ପ୍ରଦିପ ପଧାନ, ସୁଧାଂଶୁ ମେଣ୍ଡିଲୀ, ମଣ୍ଟୁ କଲତା, ବିକାଶ ରଞ୍ଜନ ମହାକୁର, ସୁବ୍ରତ ପାତ୍ର,ବିକାଶ ଅମାତ, ସୁବ୍ରତ କର୍ଣ୍ଣ, ଅଜିତ କର୍ମୀ ଓ କାହ୍ନୁ ମହାକୁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।