-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନ କାର୍ଯ୍ୟାଳୟ ଠାରେ ଗୁରୁବାର ସଙ୍ଗଠନ ର ବିଭିନ୍ନ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଦସ୍ୟ କୃଷ୍ଣ ଚନ୍ଦ୍ର ପାଢୀଙ୍କ ଅଧ୍ୟକ୍ଷତାରେ ଉକ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ପଦ ପାଇଁ ଡ. ପ୍ରଫୁଲ୍ଲ କୁମାର ରଥ , ଉପ ସଭାପତି ସୁଦାମ ସେଠୀ ଓ ସୈ।ମିତ୍ରୀ କୁମାର ମେହର ନିର୍ବାଚିତ ହୋଇଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ସନ୍ତୋଷ ଷଡ଼ଙ୍ଗୀ, ସହ ସମ୍ପାଦକ ବଳରାମ କାଣ୍ଡ ଓ କୋଷାଧ୍ୟକ୍ଷ ଦୟାନିଧି ହୋତା ନିର୍ବାଚିତ ହୋଇଛନ୍ତି। ଧନୁ ପ୍ରଧାନ, ପ୍ରଶାନ୍ତ ଶତପଥୀ,ଅକୃର ଦନ୍ତା, ଦିଲ୍ଲୀପ ତ୍ରୀପାଠୀ, ଦିଲ୍ଲୀପ ମିଶ୍ର, ସୁରୁ ସାହୁ, ଶ୍ୟାମସୁନ୍ଦର ସେଠୀ,ଶିବରମଣ ପଣ୍ଡା, ବାସୁଦେବ ପଣ୍ଡା, ପଦ୍ମିନୀ ମିଶ୍ର, ଜ୍ୟୋତିର୍ମୟୀ ମିଶ୍ର ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି। ଉପଦେଷ୍ଟା ଭାବେ ପ୍ରସନ୍ନ କୁମାର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ପାଢ଼ୀ,ଶ୍ରୀନ୍ନିବାସ ଅଗ୍ରୱାଲ, ଗୋପୀନାଥ ମହାକୁର,ଧୃବଚରଣ ଦାଶ,ଗୋଲକ ବିହାରୀ ଦେହୁରୀ, ଭୂଷଣ ପାତ୍ର ଓ ଭଗବାନ ମିଶ୍ର ରହିଛନ୍ତି। ନିର୍ବାଚନ ହୋଇଥିବା ନୂତନ କର୍ମକର୍ତ୍ତା ଙ୍କୁ କୃଷ୍ଣ ଚନ୍ଦ୍ର ପାଢ଼ୀ ଶପଥ ପାଠ କରାଇଥିଲେ। ଶେଷରେ ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ