-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ବୀରମହାରାଜପୁର ( ବିନୋଦ ପାଣ୍ଡେ) : ବୀରମହାରାଜପୁର ସଦର ସ୍ଥିତ ଅର୍ଣ୍ଣପୂର୍ଣ୍ଣା ରେସିଡେନ୍ସି ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ନମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନୂତନ ଭୋଟର ଦାତା ମାନେ ଉପସ୍ଥିତ ରହି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଭିଭାଷଣ ଶୁଣିଥିଲେ। ଏହି କାର୍ଯ୍ୟକ୍ରମ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଭୀଷ୍ମଦେବ ଦନ୍ତା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏକଲବ୍ୟ ବେହେରା ଏବଂ ପଦାର୍ଥ ଜଗଦଲା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁନାଥ ଜଗଦଲା,ସଦସ୍ୟା ଉଷା କୁମାରୀ,ବରିଷ୍ଟ କାର୍ଯ୍ୟକର୍ତ୍ତା ସତ୍ୟବ୍ରତ ମିଶ୍ର, ଅଶୋକ ସାହୁ, ପ୍ରଭାତ ପଣ୍ଡା,ଗୌତମ ପଣ୍ଡା, ରଶ୍ମିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ନୂତନ ମତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।