-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଘମାରି ଠାରେ ମାଘ କୃଷ୍ଣପକ୍ଷ ପ୍ରତିପଦା ଅବସରରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ପାଇଁ ଗୁରୁବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ଚମ୍ପାମାଳ ନିକଟସ୍ଥ ପୋଖରୀ ଠାରେ ଗଙ୍ଗା ମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଏକ ଆଧ୍ୟାତ୍ମିକ ପରିବେଶରେ ଜଳ ପୂର୍ଣ୍ଣ କଳସି ଧରି ନଗର ପରିକ୍ରମା କରି ପୂଜା ମଣ୍ଡପ ସ୍ଥାପନ କରିଥିଲେ। ଏଥିରେ ଅଞ୍ଚଳର ବହୁ ମହିଳା ସାମିଲ ହୋଇଥିଲେ। ପୂଜକ ବୁଲୁ ଶତପଥୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସଞ୍ଜିବ ସାହୁ ଓ ଧର୍ମପତ୍ନୀ ବବିତା ସାହୁ ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ଶୁକ୍ରବାର ଠାରୁ ଭାଗବତ ପଠନ ଅନୁଷ୍ଠିତ ହେବ। ଏହାକୁ ପଣ୍ଡିତ ସଚ୍ଚିଦାନନ୍ଦ ପଣ୍ଡା ପଠନ କରିବାର କାର୍ଯ୍ୟକ୍ରମ ରହିଛି।