-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ କୁଳୁତାଜୋର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆଁପାଲି ଠାରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବ୍ଲକ ଶିକ୍ଷାଧିକାରୀ ସନୋଜ ସେଠି ମୁଖ୍ୟଅତିଥି, କବି ପରମାନନ୍ଦ ନାଏକ ମୁଖ୍ୟବକ୍ତା, କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ମୋ ସ୍କୁଲ ଅଭିଯାନ ସଭାପତି ପ୍ରେମରାଜ ରଣା, ପରିଚାଳନା କମିଟି ସଭାପତି ବିବଛ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାଙ୍କ ସୃଜନଶୀଳତାର ବିକାଶ ଦିଗରେ ମନ୍ତବ୍ୟ ରଖିଥିଲେ l ସହକାରୀ ଶିକ୍ଷକ ଜବରସିଂ ବନଛୋର ଅତିଥି ପରିଚୟ ପ୍ରଦାନ କରିଥିଲେ l ଶେଷରେ ପ୍ରେମରାଜ ରଣା ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ସାହିତ୍ୟ ସୃଜନୀ, କୌଶଳୀ, ଜିଜ୍ଞାସା, କ୍ରୀଡ଼ାଙ୍ଗନ ଆଦି କ୍ଲବର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିଲା l ଏବଂ ବିଭିନ୍ନ ଘର ଦ୍ୱାରା କବିତା ପାଠ, କ୍ଷୁଦ୍ର ନାଟକ ପରିବେଷଣ, ଗଳ୍ପ କଥନ, ପୁସ୍ତକ ସମୀକ୍ଷା ଓ ନୃତ୍ୟଗୀତ ପରିବେଷଣ ହୋଇଥିଲା l ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l