-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2024
ବଲାଙ୍ଗୀର(ଦେବାଶିଷ ବହିଦାର) - ଆଗାମୀ ଜାନୁୟାରୀ ୨୫ ତାରିଖରେ ସାରା କୋଶଳାଞ୍ଚଳ ରେ ପୁଷପୁନି ତିହାର ପାଳିତ ହେବ । ପୁଷପୁନୀ ପର୍ବଟି କୋଶଳାଞ୍ଚଳ ର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ଅଟେ । ତେଣୁ କୋଶଳାଞ୍ଚଳର ଦୁଇ କୋଟି ଅଧିବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏଇ ଦିନ ଟିକୁ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରନ୍ତୁ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତି ର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବି କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରଜ ଦୋଳ ଭଳି ଉପକୂଳ ଓଡିଶାର ପର୍ବପର୍ବାଣୀ କୁ ରାଜ୍ୟସ୍ତରୀୟ ଛୁଟି ବୋଲି ଘୋଷଣା କରୁଥିବା ବେଳେ ପୁଷପୁନି ରେ ଛୁଟି ଘୋଷଣା କରାଯାଉ ନାହିଁ । ତେଣୁ ଏଭଳି ସାଂସ୍କୃତିକ ଆଞ୍ଚଳିକ ବୈଷମ୍ୟ ଜନିତ ପଦକ୍ଷେପ ବିରୁଦ୍ଧରେ କୋଶଳାଞ୍ଚଳରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କୋଶଳବାସୀ ଓ କୋଶଳାଞ୍ଚଳର ନିର୍ବାଚିତ ରାଜନେତା ତଥା ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସଂଗଠନମାନେ ସମ୍ମିଳିତ ଭାବରେ ଏହାର ପ୍ରତିକ୍ରିୟା କରନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ କରିଛନ୍ତି ।