-+91-9937148622 |
prerana_bgr@rediffmail.com |
Sunday 29th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁରର ବରିଷ୍ଠ ବିଜେଡି ନେତା ତଥା ସୋନପୁର କଲେଜ ର ପ୍ରାକ୍ତନ ପ୍ରଫେସର ନୀଳାମ୍ବର ଶତପଥୀଙ୍କୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦଳର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆ ଯାଇଛି l ଏ ଖବର ପାଇବା ପରେ ଜିଲ୍ଲା ର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଛାତ୍ର ଜନତା, ଯୁବ ଜନତା, ବିଜେଡି ଦଳ ର ନେତା କର୍ମୀ , ମହିଳା ବିଜେଡି ଶାଖା ଓ ବିଭିନ୍ନ ମହଲ ରୁ ଆଜି ଶୁଭେଚ୍ଛା ର
ସୁଅ ଛୁଟୁଛି l ପ୍ର. ଶତପଥୀ ଏକା ଧାର ରେ ଜଣେ ଶିକ୍ଷାବିତ୍, ଛାତ୍ର ବତ୍ସଳ, ସମାଜ ସେବୀ , ପରାମର୍ଶଦାତା ଓ ରାଜନୈତିଜ୍ଞ ଭାବେ ଖୁବ ଜଣା ଶୁଣା ଥିବାରୁ ତାଙ୍କୁ ଆଜି ଏ ପଦବୀରେ ନିଯୁକ୍ତ କରି ବିଜେଡି ଦଳ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେଇଛି ବୋଲି ସୂଚନା ମିଳିଛି l ପ୍ରକାଶ ଥାଉ କି ଯେ
ସୋନପୁର କଲେଜ୍ ରୁ ଚାକିରି ଅବସର ପରେ ୨୦୧୩ ନଭେମ୍ବର ରେ ମୁଖ୍ୟମନ୍ତ୍ରୀଙ୍କ ପୌର ପରିଷଦ ନିର୍ବାଚନୀ ପ୍ରଚାର ସଭା ମଞ୍ଚ ରେ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ୫୦ ହଜାର ଜନତାଙ୍କ ଉପସ୍ଥିତିରେ ପ୍ରଫେସର ଶତପଥୀ ବିଜେଡି ଦଳରେ ସାମିଲ ହୋଇଥିଲେ l ଗତ ସପ୍ତାହରେ ନୀଉଁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ସକ୍ରିୟ ବିଜେଡି ର ପ୍ରଶିକ୍ଷଣ ଶିବିର ସମେତ ଦଳ ର ସବୁ ସଭା ସମିତି ଓ ନିର୍ବାଚନ ପ୍ରଚାର ପ୍ରସାର ରେ ସେ ସାମିଲ ହୋଇଥାନ୍ତି । ୭୨ବର୍ଷ ବୟସରେ ମଧ୍ୟ ଶ୍ରୀ ଶତପଥୀ ଙ୍କ ଏ ଦକ୍ଷତା , ଆଗ୍ରହ, ଦୃଢ଼ ମନୋବଳ, ଉତ୍ସର୍ଗୀକୃତ ସେବା ଓ ବଳିଷ୍ଠ ନେତୃତ୍ବ ଦଳ ର ଛାତ୍ର ଓ ଯୁବ ନେତା ମାନଙ୍କ ପାଇଁ ଏକ ଉଦାହରଣ ଓ ପ୍ରେରଣା ପାଲଟିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି l ଏ ନିଯୁକ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ବିଜେଡ଼ି ର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ଓ କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ ଙ୍କୁ ଶ୍ରୀ ଶତପଥୀ କୃତଜ୍ଞତା ଜଣାଇଛନ୍ତି l