-+91-9937148622 |
prerana_bgr@rediffmail.com |
Sunday 29th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2023
ବୋଡ଼େନ - (ଡୋଲେସ୍ବର ଵାଗ )
ନୂଆପଡ଼ା ଏ ଡି ଏମ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ବୋଡ଼େନ ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଲକ ସ୍ତରୀୟ ଜିଲ୍ଲପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଏଏସପି ଇନ୍ଦ୍ରମଣି ବେହେରା, ଏଡିଏମଓ ବିନୋଦ ବିହାରୀ ରଥ, ବିଡିଓ ପ୍ରିୟରଞ୍ଜନ କୁମାର, ତହସିଲଦାର ସରିତା ଗୁପ୍ତା, ଥାନା ଆଇଆଇସି ଗୋବିନ୍ଦ ମାଝୀ, ଡବ୍ଲୁଇଓ କ୍ଷଣପ୍ରଭା ପାଣିଗ୍ରାହୀ, ବିଇଓ ରୁଦ୍ରେଶ୍ୱର ମେହେର ପ୍ରମୁଖଙ୍କ ସହ ଜିଲ୍ଲାର ଉଚ୍ଚ ପଦାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ବ୍ଲକର ବିଭିନ୍ନ ପଞ୍ଚାୟତର ମୋଟ ୨୪ ଗୋଟି ଅଭିଯୋଗ ପତ୍ରର ଶୁଣାଣି କରାଯାଇଥିଲା। ଅନ୍ୟ ଅଭିଯୋଗ ଶୁଣାଣି ଶିବିର ତୁଳନାରେ ଆଜିକାର ଶିବିରର ଅଭିଯୋଗ କମ ଥିଲା । ଲୋକାଭିମୁଖୀ ଏହି ଶିବିର ଗୁଡ଼ିକ ଆୟୋଜନ ଫଳରେ ସାଧାରଣ ଜନତା ସମସ୍ତ ସରକାରୀ କର୍ମଚାରୀଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ପାଇବା ସହ ଅଭିଯୋଗର ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଦେଖିବାକୁ ମିଳୁଛି, ଅଫିସର ମାନଙ୍କୁ କର୍ମତତ୍ପର କରାଇ ପାରିଛି ଜନ ଶୁଣାଣି କାର୍ଯ୍ୟକ୍ରମ ।ବ୍ଲକ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।