-+91-9937148622 |
prerana_bgr@rediffmail.com |
Monday 30th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2023
ନର୍ଲା (ସଞ୍ଜିବ ଦାସ )
ରବିବାର କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନର୍ଲା ସ୍ଥିତ ଜଗଦମ୍ବା ମଳ ଠାରେ ହଜାରେ ରୁ ଉର୍ଦ୍ଧ୍ବ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନେଇ ଏକ କର୍ମ ସଂସ୍ଥାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ଟି ନର୍ଲା ପ୍ରେସ ଆସୋସିଏସନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା,କେସିଙ୍ଗା ଭଳି ଚାରିଗୋଟି ବ୍ଲକ ରୁ ଶହ ଶହ ସଂଖ୍ୟାରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଥିଲେ ଏହି କାର୍ଯକ୍ରମ ରେ କଳାହାଣ୍ଡି ର ବରିଷ୍ଠ ନେତୃତ୍ୱ ତଥା ଡିଫାଇନ୍ କଳାହାଣ୍ଡି ସଙ୍ଗଠନ ର ମୁଖ୍ୟ ଶ୍ରୀଯୁକ୍ତ ମଧୁ ମହାନ୍ତି ଓ ତାଙ୍କର ସୁପୁତ୍ର ତିଳକ ରାଜ ମହାନ୍ତି ଯୋଗଦାନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଶିକ୍ଷିତ ଯୁବ ପିଢ଼ି ଙ୍କୁ ପରିବର୍ତ୍ତିତ ଆଧୁନିକ ଯୁଗରେ ନିଜକୁ କିପରି ଦକ୍ଷ ଓ ମାର୍ଜିତ ଜୀବନଶୈଳୀ ରେ ନିଜର ଜୀବନକୁ ପରିବର୍ତ୍ତନ ଆଣି ଆଗାମୀ ଭବିଷ୍ୟତ ଗଠନ କରିବା ଦିଗରେ ଚେଷ୍ଟା କରିବା ଓ କଳାହାଣ୍ଡି ର ଭବିଷ୍ୟତ କୁ ଉଜ୍ବଳ କରିବା ପାଇଁ ସମସ୍ତ ଯୁବପିଢି ସଂକଳ୍ପ ନେବା ସମୟ ଆସିଥିବା ପ୍ରକାଶ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ବରିଷ୍ଠ ମୋଟିଭେସନାଲ ସ୍ପିକର ଶ୍ରୀଯୁକ୍ତ ସୋମ ରାୟ , ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଦୀପକ କୁମାର ସାହୁ ଓ ଉପ ସଭାପତି ଚିନ୍ତାମଣି ନାଏକ, ସମ୍ପାଦକ ସନ୍ତୋଷ କୁମାର ପାତ୍ର,ଏବଂ ସଂଘର ସମସ୍ତ ସଦସ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀଯୁକ୍ତ ମଧୁ ମହାନ୍ତି ଙ୍କୁ କୃତଜ୍ଞତା ଜଣାଇଥିଲେ