-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
25-Nov-2023
ତୁଷୁରା( ପଞ୍ଚାନନ ନାଏକ), ଗୁଡଭେଲାବ୍ଲକ ଅନ୍ତର୍ଗତ ସମରା ଗ୍ରାମ ସ୍ଥିତ ରେ ଇଣ୍ଟରନେସନାଲ ସ୍କୁଲ ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ୮୦ଟି ବିଜ୍ଞାନ ପ୍ରକଳ୍ପ ଉପସ୍ଥାପନ କରାଯାଇଥିବା ବେଳେ ବିଜ୍ଞାନ ଶିକ୍ଷକ ରମେଶ କୁମାର ପଣ୍ଡା ଓ ସୁଧାଂଶୁ ରଞ୍ଜନ ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ସ୍କୁଲର ପ୍ରିନ୍ସିପାଲ ଦିନେଶ ସାହୁଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଜ୍ଞା ମିଶ୍ର, ସୋନାଲି ସାହୁ, ଶ୍ରୀପାଳ ପଣ୍ଡା, ଶ୍ୟାମସୁନ୍ଦର ସାହୁ, ସିଦ୍ଧାର୍ଥ ଜାଲ, ଆଲୋକ ସାମଲ, ଦେବେନ୍ଦ୍ର ଭୋଇ ଆଦି ସହଯୋଗ କରିଥିଲେ।