-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
04-Oct-2023
(ସଂଜୀବକୁମାରପାଣିଗ୍ରାହୀ) ସମ୍ବଲପୁର (ପଡିଆବାହାଲ) ତା.୦୮.୧୦ ଚଳିତ ବର୍ଷ ପଡିଆବାହଲ ଠାରେ ଦୂର୍ଗାପୂଜାକୁ ବର୍ଣ୍ଣାଢ୍ୟ ରୂପରେ ଓ ବହୁମୂଖୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ କରିଥିବାରୁ ଦୂର୍ଗାପୂଜାକୁ ସୁବର୍ଣ୍ଣ ଜୟନ୍ତୀ ଭାବେ ପାଳନ କରାଯାଉଛି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମଣ୍ଡପ ତୋରଣର କାମ ଆରମ୍ଭ ହୋଇଥିବା ବେଳେ ମୁର୍ତ୍ତି ମୃଣ୍ମୟ କାମବି ଆରମ୍ଭ ହୋଇଛି। ଏଥିପାଇଁ ଏକ ସ୍ମରଣୀକା ମଧ୍ୟ ପ୍ରକାଶ ପାଉଛି । ଚଳିତ ବର୍ଷ ରାମଲୀଲା ସହିତ ଆତସବାଜୀ ପ୍ରଦର୍ଶନୀ ବିଶେଷ ଆକର୍ଷଣ ହେବ। ଏହି ସୁବର୍ଣ୍ଣ ଜୟନ୍ତୀରେ ଅଞ୍ଚଳବାସୀ ତଥା ଜିଲ୍ଲା ପ୍ରଶାସନ ସହିତ ବହୁ ବିଶିଷ୍ଟ ଅତିଥି ମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଏହି ଦୂର୍ଗାପୂଜାକୁ ଏକ ମହୋତ୍ସବରେ ପାଳନ କରିବା ପାଇଁ ବିଭିନ୍ନ ବିଭାଗୀୟ କମିଟି ଗଠନ କରାଯାଇ ଯେଭଳି ଶୃଙ୍ଖଳାର ସହିତ ହୋଇପାରିବ ସେଥିପ୍ରତି ଯଥେଷ୍ଟ ଯତ୍ନ ନିଆଯାଇଥିବା ସଂପର୍କରେ ମହୋତ୍ସବ କମିଟି ସଭାପତି ସୁବୋଧ କୁମାର ବେହେରା ସୂଚନା ଦେଇଛନ୍ତି ।