-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ବଲାଙ୍ଗୀର, (ପ୍ରେରଣା ଖବର) ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶ୍ରୀ ନିବାସ ବିଭି ଙ୍କ ଅନୁମୋଦନ କ୍ରମେ ଲୋଇସିଂହା ବିଧାନସଭା ଯୁବ କଂଗ୍ରେସ କମିଟି ର ପୂର୍ବତନ ନିର୍ବାଚିତ ଯୁବ କଂଗ୍ରେସ ସଭାପତି ଓ ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦେଶ ଯୁବ କଂଗ୍ରେସ କମିଟି,ଓଡିଶା ର ଶ୍ରୀଯୁକ୍ତ ଅମିତ କୁମାର ନାୟକ ଙ୍କୁ ମର୍ଯ୍ୟାଦା ପୂର୍ଣ୍ଣ ଓଡିଶା ଯୁବ କଂଗ୍ରେସ କମିଟି ର ପ୍ରବକ୍ତା ଭଲି ଗୁରୁଦାୟିତ୍ଵ ପାଇଛନ୍ତି, ସେ ଦୀର୍ଘ ବର୍ଷ ହେଲା ଯୁବ କଂଗ୍ରେସ ସଂଗଠକ ଓ ସାମାଜିକ କର୍ମକର୍ତ୍ତା ହିସାବରେ ନିଜର ପରିଚୟ ଦେଇଛନ୍ତି,ଏହିପରି ଦାୟିତ୍ଵ ଦେଇଥିବାରୁ ସେ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟି ର ସଭାପତି ଶ୍ରୀ ନିବାସ ବିଭି, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପାଢୀ,ଅଖିଳ ଭାରତୀୟ ଯୁବକଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ଲେଙ୍କା ଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ,ପୂର୍ବତନ ଯୁବ କଂଗ୍ରେସ ସଭାପତି ଆକାଶ ମିଶ୍ର, ବିଧୁଭୁଷଣ ତ୍ରିପାଠୀ,ଅଭିଷେକ ମହାନନ୍ଦ,ପିସିସି ସଭାପତି ଶରତ ପଟ୍ଟନାୟକ, ବିଶ୍ଵ ରଞ୍ଜନ ମହାନ୍ତି ଙ୍କ ସହିତ ରାଜ୍ଯ ର ସମସ୍ତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେବା ସହ ଅଞ୍ଚଳବାସୀ ଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି l