-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ବଲାଙ୍ଗୀର - ଆଜି ସ୍ଥାନୀୟ ରାଜେନ୍ଦ୍ର କଲେଜ୍ ପାଖରେ ଥିବା ଗେଲେକ୍ସି କୋଚିଂ ସେଣ୍ଟର ପରିସରରେ ନୂଆଁଖାଇ ଉପରେ ପର୍ଯ୍ୟବେଶିତ କୋଶଳୀ ସର୍ଟ ଫିଲ୍ମ "କୁରେ ପତର" କୁ ରାଜେନ୍ଦ୍ର କଲେଜ୍ ରେ ଥିବା ଡାକ ଘରର ପୋଷ୍ଟ ମାଷ୍ଟର ପୋଷ୍ଟର ଉନ୍ମୋଚନ କରି ଫିଲ୍ମ ଟିକୁ ରିଲିଜ୍ କରିଥିଲେ । ସେ କହିଥିଲେ, ଆମ କୋଶଳୀ ଭାଷାରେ ଏଭଳି ଫିଲ୍ମ ତିଆରି କରିବା, କବିତା ଆସର କରିବା ଏକ ଶୁଭ ଖବର । ଭାଷା ଆଗକୁ ବଢ଼ିବାରେ ସହଯୋଗ ହୋଇପାରିବ । ଏଇ ଅବସରରେ ସଚ୍ଚିଦାନନ୍ଦ ସାହୁ, ରୁଦ୍ରଦେବ ସାହୁ, ନିମାଇଁ ଚରଣ ପାଣିଗ୍ରାହୀ, ସନ୍ତୋଷ ହୋତା, ସୁଧୀର ପଟେଲ, ସୁଷମା ବାଗ ପ୍ରମୁଖ ଆମ ଭାଷା ସଂସ୍କୃତିର ପରିବାହାକ ଭାବରେ ଫିଲ୍ମ ହେଉଛି ଏକ ମାଧ୍ୟମ ବୋଲି ମତାମତ ଦେଇଥିଲେ । ଶେଷରେ ତହଁକ କୁଟୁମ ର ସମ୍ପାଦକ ରାଜେଶ ଦଣ୍ଡସେନା ଧନ୍ୟବାଦ ଦେଇଥିଲେ ।