-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର): ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ଗଣେଶ ଚତୁର୍ଥୀ ପାଳିତ ହୋଇଯାଇଛି । ବର୍ଷକ ବାର ମାସ ଓ ତେର ପର୍ବ ମାନଙ୍କ ମଧ୍ୟରୁ ଗଣେଶ ପୂଜା ଅନ୍ୟତମ । ବିଦ୍ୟାଧିପତି ହେଉଛନ୍ତି ଗଣେଶ । ସେ ମଧ୍ୟ ଅଗ୍ରପୂଜ୍ୟ । ପ୍ରତି ଶୁଭ କାର୍ଯ୍ୟରେ ବିନାୟକଙ୍କର ପୂଜା ଅନୁଷ୍ଠିତ ହୁଏ । ସେ ବିଘ୍ନ ବିନାଶକ ଗଣାଧିପତି । ସୁତରାଂ ସର୍ବତ୍ର ତାଙ୍କର ପୂଜା କରାଯାଏ । ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ଗଣେଶ ପୂଜା ପାଳନ କରାଯାଏ । ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭେ ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟାସ୍ତୁ ସର୍ବଦା । ଗଣେଶ ପୂଜା ଭଗବାନଙ୍କ ଜନ୍ମ ବାର୍ଷିକ ଭାବରେ ପାଳନ କରାଯାଏ । ଗଣେଶ ପୂଜା ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳେଇ ଦିଏ । ବିନାୟକଙ୍କୁ ଭକ୍ତି ସହକାରେ ପୂଜା କଲେ ରିଷ୍ଟ ଖଣ୍ଡନ ହୁଏ, ବିଦ୍ୟା ବୁଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ଏହି ପର୍ବଟି ଛାତ୍ର ଛାତ୍ରୀଙ୍କ ମନରେ ପରସ୍ପର ପ୍ରତି ସ୍ନେହ ଓ ଭାତୃ ଭାବ ବୃଦ୍ଧି କରାଇଥାଏ । ଆଇନ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଫିସ କର୍ମଚାରୀ ଓ ଛାତ୍ର ଛାତ୍ରୀ ପୂଜାରେ ଉପସ୍ଥିତ ଥିଲେ ।