-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ବଲାଙ୍ଗୀର:- ନୂଆଖାଇ ପରବ କାଲି।ଆଜି ହଟଲି ରେ ତୁନ୍ ଶାଗ ବଡା ମହରଗ।ଲୁକେ ବାଧ୍ୟ ହେଇକରି ଘିନୁଛନ। ତିହାର ଭିଡ ରେ ବଲାଙ୍ଗୀର ସହର ନେ ଲୋକ ଗଜ୍ ଗଜଉଛନ।ଚାଲବାର ଲାଗି ବାଟ ନେଇନ।ବନେ ତକଳିଫ ହେଉଛେ।ଆଜି ହଟଲି ନ ତୁନ ଶାଗ ବାଲେକର ଦାଦାଗିରି ଚାଲିଛେ।ଦାମ ପଚରେଇ କରି ପଳେଇଗଲ ବଏଲେ ବଢେଟେ ଦୋଷ କରିଦେଲ।ଗୁଟେ ପ୍ରକାର ଦାଦାଗିରି ଚାଳିଛେ।ଇନୁ ସେନୁ ଉଡ଼ି ଆସଲା ଟା ମାନଙ୍କର ବହୁତ୍ ରୁବାବ। ଖଳି ଦନା ର ଦାମ କହି ନେଇହୁଏ।କୁରେପତର ପାଞ୍ଚଟା କେ ୫ ଟଙ୍କା। ପାଏନ ଟେଡି କରି କୁରେପତର ଗଛ ପୂତା ଜଗାଲା ବାଗିର ଲାଗୁଛେ।ମନ୍ ଇଚ୍ଛା ଦାମ। ଫୁଲକୁବି ଥି ଖାଲି ନାଡ ଭର୍ତି ହେଇଛେ।କେଜେ ରେ ନାଡ ତିନ୍ ପା।ସେଥିରେ ଫେର ୧୦୦ ଗ୍ରାମ ର ପୋକ।ଦାମ ୧୦୦/୧୨୦ ଟଙ୍କା।ବାଏଗନ କେଜୀ ୬୦ ଟଙ୍କା ନୁ କମ୍ ନେଇଁନ। କଣା ବାଇଗନ୍ କେଜି ୪୦ ଟଙ୍କା।ଯାହା ବି ହେଉ ପାତଳଘଣ୍ଟା ୨୦୦ ଟଙ୍କା ନୁ ୩୦ ଟଙ୍କା କେ ଆସିଛେ।କିଏ ୩୦ ବିକୁଛେ ତ କିଏ ୪୦ ଟଙ୍କା ବିକୁଚ୍ଛେ।ମାଖନ୍ ଶାଗ କେଜି ୧୦୦ ଟଙ୍କା। ଯେନ ଶାଗ କେଜି ୧୦୦ ଟଙ୍କା ହେଲାନ ବାକି ତୁନ ଶାଗ କେ ପଚାରେ କିଏ।ଇଟା ହେଉଛେ ଆମର ତିହାରି ହାଟ।ଇ ହାଟ କେ ଦେଖଲେ ଲାଗୁଛେ ଇଠାନେ ଚାଷୀ ଆରୁ ବେପାରୀ ମାଲେମାଲ ବାକି ସବୁ କଙ୍ଗାଲ।ଲୁଟ ନ ତମର ପୁସମାସ।କହେବାର କେ କେହି ନେଇନ।