-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ଆସନ୍ତା ୨୪,୨୫ ଓ ୨୬ ସେପ୍ଟେମ୍ବର ୨୦୨୩ ,ତିନିଦିନ ଧରି ବଲାଙ୍ଗିର ରେ ଆୟୋଜନ ହେବ ଅଷ୍ଟମ ଲୋକ କଳା ଉତ୍ସବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଦେଶର ବଚ୍ଛା ବଚ୍ଛା ଲୋକନୃତ୍ୟ ଓ ସଂଗୀତ ଦଳ ଅଂଶ ଗ୍ରହଣ କରିବେ,ଏହି ଅବସରରେ ସରୋଜ ମହାରଣା ଙ୍କୁ ଅଷ୍ଟମ ଲୋକ କଳା ସମ୍ମାନ ପ୍ରଦାନ କରାଯିବ । ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ବରିଷ୍ଠ ସଂସ୍କୃତି ଗବେଷକ ଶ୍ରୀ ନବୀନ କୁଅଁର ଓ ଆକଶବାଣୀ ଗୀତକାର ଓ ସିନେ ଅଭିନେତା ଶ୍ରୀ ବ୍ରହ୍ମାନନ୍ଦ ବନଛୋରଙ୍କ ନିର୍ଦ୍ଧେଶନାରେ ପଶ୍ଚିମ ଓଡିଶାର ପ୍ରତିଷ୍ଠିତ ଲୋକ ଗୀତ କଳାକାର ମାନଙ୍କୁ ନେଇ ତିନି ଦିନ ପ୍ରତ୍ୟହ ଲୋକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଲୋକକଳା, ଲୋକ ସଂସ୍କୃତିର ଧାରା ସବୁବେଳେ ନିତ୍ୟନୂତନ ଭାବରେ ଶିଷ୍ଟ ଗୋଷ୍ଠୀଙ୍କ ଆଗରେ ଉଭାହୋଇଥାଏ । ଆଧୁନିକତାର ପ୍ରଭାବରେ ଲୋକଗୀତ ଓ ନୃତ୍ୟ ଆଦି ହଜିଯାଉଥିବା ବେଳେ ଏହାର ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ଦୁଲଦୁଲି କଳାପରିଷଦ ଆଗେଇ ଆସିଛି । ଗତ ସାତବର୍ଷ ଧରି କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ,ଓଡିଶା ସରକାରଙ୍କ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ହୋଇ ଆସୁଛି ଲୋକକଳା ଉତ୍ସବ । ଏକ ଜାତୀୟ ସ୍ତରର ଆଦିବାସୀ ଗୀତ ଓ ସଂଗୀତର ମହୋତ୍ସବ ଭାବରେ ଲୋକକଳା ଉତ୍ସବ ଆୟୋଜନ ହୋଇ ଆସୁଛି । ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ଆଦିବାସୀ ଲୋକନୃତ୍ୟ ଓ ଗୀତ ଦଳ ବିଭିନ୍ନ ବର୍ଷରେ ଆସି ସେମାନଙ୍କର ଉକୃଷ୍ଟ କଳା ପ୍ରଦର୍ଶନ ଦେଖାଇ ଆସିଛନ୍ତି । ଚଳିତ ବର୍ଷ ମଧ୍ୟ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରରୁ ଆଦିବାସୀ ଲୋକନୃତ୍ୟ ଓ ଗୀତ ଦଳ ଏଥିରେ ଅଂଶ ଗ୍ରହଣ କରିବେ ବୋଲି ଆଜି ଅଷ୍ଟମ ଲୋକକଳା ଉତ୍ସବର ପୋଷ୍ଟର ଉନ୍ମୋଚନ ଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଭାପତି ପ୍ରଭାସ ପାଣିଗ୍ରାହୀ । ଏହି ଅବସରରେ ଏନ୍ଏସ୍ଡିଏନ ସିନେ ନିର୍ଦ୍ଦେଶକ ରାମଚନ୍ଦ୍ର ସାହୁ,ସଂଗୀତ ସାଧକ,ନିର୍ଦ୍ଦେଶକ ଶଙ୍କର ପ୍ରସାଦ ପ୍ରଧାନ, ବରିଷ୍ଠ ସଂସ୍କୃତି ଗବେଷକ ଶ୍ରୀ ନବୀନ କୁଅଁର ଅତିଥି ଭାବରେ ମଂଚାସୀନ ହୋଇଥିଲେ ।ସମ୍ପାଦକ ବାସୁଦେବ ସା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସନ୍ଦୀପ କୁମାର କୁଅଁରଙ୍କ ସଭାପରିଚାଳନାରେ ଅଷ୍ଟମ ଲୋକକଳା ଉତ୍ସବର ପୋଷ୍ଟର ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା । ଅଷ୍ଟମ ଲୋକ କଳା ଉତ୍ସବ ସେପ୍ଟେମ୍ବର ୨୪ରୁ