-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ନୂଆଁଖାଇ ତିହାର ଅବସର ରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର - ମନମୁଣ୍ଡା ପକ୍ଷରୁ ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ମନ୍ଦିରରେ ଓ ବିଭିନ୍ନ ଦେଵା ଦେବୀ ମନ୍ଦିର ରେ ପଲିଥିନ ମୁକ୍ତ ଓ ସଫେଇ ଅଭିଯାନ କରଯାଇଛି l ଏହି ଅବସରରେ ରବିବାର ଦିନ ବସଷ୍ଟାଣ୍ଡ ନିକଟରେ ଥିବା ବହୁ ପୁରୁଣା ପଞ୍ଚରଥ ଶୈବ ପୀଠ ଠାରେ କୁଢ଼କୁଢ଼ ଅଳିଆ
ଆବର୍ଜନା ସଫେଇ କରାଯାଇଥିଲା l ସଂଗଠନ ଉପଦେଷ୍ଟା ଗରିବ ଲୋଇ, ଇନ୍ଦୁମତୀ ପୁରୋହିତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l ନୂଆଖାଇ ଓ ଦଶହରା ଅବସରରେ ସୋନପୁରର ବିଭିନ୍ନ ଦେବଦେବୀ ମନ୍ଦିର ରେ ମେଗା ପଲିଥିନମୁକ୍ତ ଓ ସଫେଇ ଅଭିଯାନ କରାଯାଇଥିଲା l ଦୀର୍ଘ ଦଶ ବର୍ଷ ପୂର୍ବରୁ ଏହି ସଂଗଠନ ପକ୍ଷରୁ ଉଭୟ ସହରରେ ସଭାପତି ସ୍ବର୍ଗତ ଲଷ୍ମୀ ନାରାୟଣ ମେହେର ଓ ଅଲିମୁଲ ଇସଲାମଙ୍କ ନେତୃତ୍ୱ ରେ ସହରରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ଯୋଗ, ରକ୍ତ ଦାନ, ସଡ଼କ ସୁରକ୍ଷା,ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ସଚେତନତା କ୍ଷେତ୍ର ରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ସହିତ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ସମସ୍ତ ମେଗା କାର୍ଯ୍ୟକ୍ରମ ରେ ସାମୁହିକ ସହଯୋଗର ହାତ ବଢ଼ାଇ ସବୁ ବର୍ଗ ରେ ପ୍ରିୟ ଓ ବିଶ୍ୱାସ ଭାଜନ ହୋଇ ପାରିଛି ବୋଲି ସଂଗଠନ ସଂଯୋଜକ ତଥା ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ ସାହୁ, ଗଣେଶ ମିଶ୍ର, ଗୌରୀ ରଥ, ପ୍ରତାପ ଦାଶ, ଡ଼ . ସରୋଜ ପଟେଲ, ମନୋଜ ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ, ସୁଶାନ୍ତ ସାହୁ, ପ୍ରଫୁଲ୍ଲ ନାଏକ, ସିମାଞ୍ଚଳ ହୋତା, ନାରାୟଣ ରଥ, ଜୟନ୍ତ ବେହେରା, ତ୍ରିଲୋଚନ ତରିଆ, ଜୟନାରାୟଣ ସାହୁ, ଅମର ଭୂତ, ପ୍ରମୁଖ ସମସ୍ତ ସଭ୍ୟଙ୍କ ସହିତ ପୌର କର୍ମଚାରୀ ଯୋଗ ଦେଇ ଥିଲେ l