-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
10-Sep-2023
(ସଂଜୀବକୁମାରପାଣିଗ୍ରାହୀ)
ଆଜି :ଶନିବାର ଦିନ ୩.୦୦ ଟା ସମୟରେ ସନାତନ ସୁରକ୍ଷା ମଂଚ ସମ୍ବଲପୁର ଓ ଏକଲ ଅଭିଯାନ, ସମ୍ବଲପୁର ମିଳିତ ଉଦ୍ୟମରେ ସମ୍ବଲପୁର,ସାଂସ୍କୃତିକ ସମାଜ ହଲ ଠାରେ ପଣ୍ଡିତ,ପୁରୋହିତ,ମନ୍ଦିର ପୂଜକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି,ଏହି ବୈଠକରେ ମୁଖ୍ୟ ବକ୍ତା ଭାବରେ ମା ଧ୍ୟାନ ମୂର୍ତ୍ତି ଜି,(ଧ୍ୟାନ ମୂର୍ତ୍ତି ସତସଙ୍ଗ ବୃନ୍ଦାବନ),ମୁଖ୍ୟ ଅତିଥି ପଣ୍ଡିତ ଆମରନାଥ ମିଶ୍ର,ବ୍ରହ୍ମ ମଣ୍ଡପ ମହାସଭା,ସମ୍ବଲପୁର, ଏଵଂ ସନାତନ ସୁରକ୍ଷା ମଞ୍ଚ ର ଫାଉଣ୍ଡର ମେମ୍ବର ରାଜୀବ କୁମାର ଶତପଥୀ,ଏକଲ ଅଭିଯାନର ଚନ୍ଦ୍ର କୁମାର ସରାଫ ମଞ୍ଚାସିନ ଥିଲେ ।ବୈଠକ ଆରମ୍ଭ ପୂର୍ବରୁ ଉପରୋକ୍ତ ଅତିଥିମାନେ ମାଁ ସମଲେଶ୍ଵରୀ ଓ ଭାରତ ମାତା ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କଲେ ।
ପ୍ରଥମେ ପ୍ରକାଶ ପଢ଼ି ଏକ ଦେଶ ବନ୍ଦନା ଗାଇଲେ ।ତାପରେ ସନାତନ ସୁରକ୍ଷା ମଞ୍ଚ ର ରାଜୀବ କୁମାର ଶତପଥୀ ପ୍ରାରମ୍ଭିକ ଭାଷଣ ଦେଲେ ।ତାପରେ ଏକଲ ଅଭିଯାନର ଚନ୍ଦ୍ର କୁମାର ସରାଫ ତାଙ୍କ ବକ୍ତବ୍ୟ,ମୁଖ୍ୟ ଅତିଥି ପଣ୍ଡିତ ଅମରନାଥ ମିଶ୍ର ଏହି ଯୁଗରେ ମନ୍ଦିର ,ମଠ ର ଭୂମିକା ଉପରେ ଆଲୋକପାତ କଲେ ।
ତାପରେ ମୁଖ୍ୟ ବାକ୍ତ। ସାଧ୍ୱୀ ମା ଧ୍ୟାନ ମୂର୍ତ୍ତି ଜି ଙ୍କର ଅଭିଭାଷଣ ରେ ରାଷ୍ଟ୍ର ନିର୍ମାଣରେ ପଣ୍ଡିତ,ପୁରୋହିତ,ମଠ ମନ୍ଦିର ର ଭୂମିକା ଉପରେ ଆଲୋକପାତ କରିଥିଲେ।ଏହି ସଭାରେ ବିଭିନ୍ନ ମଠ, ମନ୍ଦିରର ଅର୍ଚ୍ଚକ ପୁରୋହିତ,ଟ୍ରଷ୍ଟି ପ୍ରାୟ ୧୦୦ ରୁ ଅଧିକ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ପଣ୍ଡିତ , ପୁରୋହିତ ମାନଙ୍କୁ ଉପଠୋକନ ଦେଇ ସନମାନିତ କରାଗଲା ।ଶେଷରେ ଆଶା ଲାଠ ଧନ୍ୟବାଦ୍ ଅର୍ପଣ କଲେ।ଏହି ସଭାରେ ଶ୍ରୀମତୀ ବିନା ଅଗରୱାଲ ମଞ୍ଚ ପରିଚାଳନା କରିଥିଲେ।