-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||     

HOME   ଜିଲ୍ଲା

କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ କୋଶଲଟାଇମ ପକ୍ଷରୁ ମାଲକାନଗିରି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା 

30-Jul-2023



ବରଗଡ଼:-ଆମର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ଯାତ ବୈଜ୍ଞାନିକ  ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ ବରଗଡ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକପତ୍ରିକା କୋଶଲଟାଇମ ଆୟୋଜନ କରିଛି ଏକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା । ସ୍ବର୍ଗତ ଏପିଜେ ଅବଦୁଲ କଲାମ ଭାରତର ଏକାଦଶତମ ରାଷ୍ଟ୍ରପତି ରୂପେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ଯନ୍ତ ପଦମଣ୍ଡନ କରିଥିଲେ । ସେ ମଧ୍ଯ ଥିଲେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ।  ତାଙ୍କରି ତତ୍ତ୍ବାବଧାନରେ ଭାରତ ଅଗ୍ନି,ପୃଥ୍ବୀ ଭଳି କ୍ଷେପଣାସ୍ତ୍ର  ପ୍ରସ୍ତୁତ କରିଥିଲା ।୨୦୧୫ ମସିହା ଜୁଲାଇ ୨୭ ତାରିଖରେ ସିଲଂ ଆଇଆଇଟିର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କଲା ସମୟରେ ହୃଦଘାତରେ ତାଙ୍କର ମୃତ୍ଯୁ ହୋଇଥିଲା । କଲାମଙ୍କ ତିରୋଧାନ ପରଠୁ ପାକ୍ଷିକପତ୍ରିକା କୋଶଲଟାଇମ କଲାମଙ୍କ ପ୍ରତ୍ଯେକ  ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଆୟୋଜନ କରି ଆସୁଛି ଅବଦୁଲ କଲାମ  ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା । ଏହାର ମୁଖ୍ଯ ଉଦ୍ଦେଶ୍ଯ ହେଲା- ପିଲାମାନେ କଲାମଙ୍କ ବିଷୟରେ ଜାଣନ୍ତୁ ଏବଂ ଅନୁପ୍ରାଣିତ ହୁଅନ୍ତୁ । ଏହି କ୍ରମରେ ଚଳିତ ବର୍ଷ  ଦୁର୍ଗମ ମାଲକାନଗିରି ଜିଲ୍ଲାର ବିଭିନ୍ନ  ଓଡିଆ ମାଧ୍ଯମ ବିଦ୍ୟାଳୟରେ ଆୟୋଜିତ ହୋଇଛି ଚିତ୍ରାଙ୍କନ ପ୍ରତିଯୋଗିତା । ତନ୍ମଧ୍ଯରେ କୁଡୁମୁଲୁଗୁମା ହାଇସ୍କୁଲ, ଖଇରପୁଟ ହାଇସ୍କୁଲ,ବଡପଡାର ଡଙ୍ଗଗୁଡା କଲୋନୀ ସ୍କୁଲ, କୋରୁକୋଣ୍ଡା ଶିବାନନ୍ଦ ହାଇସ୍କୁଲ  ଆଦି ସ୍କୁଲରେ କୋଶଲଟାଇମର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ କଲାମଙ୍କ ସ୍ମୃତିସଭା  ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଖଇରପୁଟ ଥାନାଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ମୁଖ୍ଯ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧିତ କରିଥିଲେ । ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ । ଅନ୍ଯ ସମସ୍ତ ସ୍କୁଲରେ ମାଲକାନଗିରି ଜିଲ୍ଲା

ଶିକ୍ଷାଧିକାରୀ ମାନସ କୁମାର ଜେନାଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବିଶିଷ୍ଟ ଚିତ୍ରଶିଳ୍ପୀ କେ. ଦେଶିରାଜୁ ଅଚାରୀ (ରାଜା ଆର୍ଟସ୍)ବିଚାରକ ରୂପେ ସଂଗୃହୀତ ଚିତ୍ରସବୁର ମୂଲ୍ଯାଙ୍କନ କରିଛନ୍ତି । ଏଥିରେ କୋରୁକୋଣ୍ଡା ବ୍ଲକର  ପିତାକଟା ନେତାଜୀ ହାଇସ୍କୁଲର  ମଦନା ମାଢି ପ୍ରଥମ ସ୍ଥାନ,  କାଳିମେଳା  ସରକାରୀ ଉଚ୍ଚ ବିଦ୍ୟାଳୟର ସୋନାଲି ବିଶ୍ବାସ ଦ୍ବିତୀୟ ସ୍ଥାନ ଏବଂ କୋରୁକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବଳଭଦ୍ର ପୂଜାରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ବାବଧାନରେ ପୁରସ୍କୃତ କରାଯାଇଛି ।  ମାଓବାଦୀଙ୍କଠାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଚିତ୍ରକୋଣ୍ଡାଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବାହିନୀର ସୈନିକ ଭାଇମାନେ ମଧ୍ଯ କଲାମଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସଲାମ ଦେଇ  ସମ୍ମାନ ଜ୍ଞାପନ କରିଥିଲେ ।


News Comment




Photo in News

Advertisment
Lastest News
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026

You Might Also Like