-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
29-Jul-2023
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ଆୟୁର୍ବେଦ ବୈଦ୍ୟରାଜ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକ ନବରଙ୍ଗପୁର ଜିଲ୍ଲା ସଭାପତି କାର୍ତ୍ତିକ ଭତ୍ରା ଆୟୋଜିତ କରିଥିଲେ। ଏବେ ଆମ ରାଜ୍ୟରେ ଆୟୁର୍ବେଦ ବୈଦ୍ୟରାଜ ଙ୍କ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ଆୟୁର୍ବେଦ ବୈଦ୍ୟରାଜ ଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ସୁବିଧା ମିଳୁନଥିବାରୁ ଆୟୁର୍ବେଦ ବୈଦ୍ୟରାଜ ମାନେ ଆୟୁର୍ବେଦ କାର୍ଯ୍ୟ ପ୍ରତି ଇଛା ରଖୁ ନାହାନ୍ତି। ଏପରି ଆୟୁର୍ବେଦର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ବୈଠକ ରେ ମୂଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ତ୍ରିନାଥ ମାଝୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ନୂଆପଡ଼ା ରୁ ଓମ୍ କାର ମାଝୀ, ମାଲକାନଗିରି ରୁ ଘେନୁ ମୁଦୁଲି , ବସ୍ତର ଜିଲ୍ଲାରୁ ଭୁବନ ହରିଜନ, ରାକେଶ ପାତ୍ର ଓ ବହୁ ସଂଖ୍ୟାରେ ଆୟୁର୍ବେଦ ବୈଦ୍ୟରାଜ ମାନେ ଯୋଗ ଦେଇଥିଲେ।ସରକାର ସେମାନଙ୍କ ସମସ୍ୟା ବୁଝିବା ସହ ସରକାରୀ ସାହାଯ୍ୟ କଲେ ଆଗାମୀ ଦିନରେ ଆୟୁର୍ବେଦ ଚିକିତ୍ସା ରେ ଅତି କମ ଖର୍ଚରେ ବିଭିନ୍ନ ପ୍ରକାର ରଗର ଚିକିତ୍ସ ହୋଇ ପାରିବ।