-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
29-Jul-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଆଉଟସୋସିଂ କର୍ମଚାରୀ ମାନେ ଛଟେଇ କର୍ମଚାରିକୁ ପୁନଃ ନିଯୁକ୍ତି, ଦରମା ବୁଦ୍ଧି ସହ 10 ଦଫା ଦାବି ନେଇ ଲୋଇସିଂହା ବିଡିଓ ଶ୍ରୀ ଆକାଶ ରଞ୍ଜନ ସାହୁ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ବ୍ଲକ ପଂଚାୟତ ସ୍ତରରୁ ଜନସଚେତନା କରାଯିବ ବୋଲି ଆସନ୍ତା 31ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସହ ସରକାରୀ ଆଉଟସୋସିଂ କର୍ମଚାରୀ ମାନେ ଶହସ୍ରାଧିକ ସଂଖ୍ୟା ରେ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିବେ ବୋଲି ମହାସଂଘ ଚେତାବନୀ ଦେଇଛି l ଏହାସହ ଆଇନ ଉଲଘଂନ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଓଡିଶା ସରକାରୀ ଆଉଟସୋସିଂ କର୍ମଚାରୀ ମହାସଂଘ ନିଷ୍ପତି ନେଇଛି l ଦାବିପତ୍ର ବେଳେ ଆଉଟସୋସିଂ କର୍ମଚାରୀ ମହାସଂଘ ର ସଂଗ୍ରାମ ମିଶ୍ର, ସାନ୍ତନୁ ଭୋଇ, ରାଜେଶ ବେହେରା, କ୍ରିଷ୍ଣାମୟୀ ଛତ୍ରିଆ, ତ୍ରିଭୁଜ ରଣା, ଆରନ କୁମାର ସାଗର, ଛବିଲ ବେହେରା, ଗୁଲସନ କୁମାର ସାହୁ, ସାନ୍ତନୁ ପଧାନ,ପୁଷ୍ପକରଞ୍ଜନ ସ୍ୱାଇଁ ସହ ଅନ୍ୟ କର୍ମଚାରି ମାନେ ଉପସ୍ଥିତ ଥିଲେ l