-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||     

HOME   ଜିଲ୍ଲା

ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଶିକ୍ଷଣ କ୍ଷେତ୍ରରେ ଏକ ନିଆରା ଅନୁଷ୍ଠାନ  ଆର୍ଟ ଅଧ୍ୟୟନ

29-Jul-2023



ରଙ୍ଗତୁଳୀ ନେଇ କାନ୍‌ଭାସ୍‌ରେ ଚିତ୍ର ଆଙ୍କିବା ଓ କିଛି ଭିନ୍ନ କରି ଦେଖାଇବାର ନିଶାରେ ମଶଗୁଲ୍ ଜଣେ ନିଆରା ଚିତ୍ରଶିଳ୍ପୀ । ନିଜ ପରିବାର ର ତିନି ଜଣ ସଦସ୍ୟ କୁ ନେଇ ନୀତି ଓ ପ୍ରୀତିର ମନ୍ତ୍ରରେ ଅଭିମନ୍ତ୍ରିତ ଏକ  ଅନୁଷ୍ଠାନ ।  ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରଶିକ୍ଷଣ କ୍ଷେତ୍ରରେ ଏପରି ଏକ ସମର୍ପିତ ଅନୁଷ୍ଠାନ ହେଉଛି ‘ଆର୍ଟ ଅଧ୍ୟୟନ’ । କୌଣସି ବ୍ୟବସାୟିକ ମନୋବୃତ୍ତି ନ ରଖି ଏକ ଘରୋଇ ପରିବେଶ ମଧ୍ୟରେ ବଲାଙ୍ଗୀର ସହର ରାଜେନ୍ଦ୍ର ପଡା(ୱାର୍ଡ ନମ୍ବର ୨୧) ରେ ଦୀର୍ଘ ୪ ବର୍ଷ ହେଲା ନିଜର ଅଧ୍ୟବସାୟ ଜାରି ରଖିଛି ଆର୍ଟ ଅଧ୍ୟୟନ । ସବୁଠାରୁ ବଡ କଥା ହେଲା ଏହି ଅନୁଷ୍ଠାନର ପ୍ରତିଷ୍ଠାତା ବିଶ୍ୱରଂଜନ ଡାକୁଆଙ୍କ ଦିଗ୍‌ଦର୍ଶନ  ତଥା ତାଙ୍କ ଧର୍ମପତ୍ନୀ ରଶ୍ମିତା ଡାକୁଆ, ୧୧ବର୍ଷର ପୁଅ ଅଧ୍ୟୟନ ଡାକୁଆ ଓ ଅନ୍ୟତମ ସହଯୋଗୀ ମଦନ ଯୁଏଡଙ୍କ ସାଧନା ଓ ନିଷ୍ଠା ବଳରେ  ସଫଳତାର ୪ ବର୍ଷ ଅତିକ୍ରମ କରିଛି ଏହି ଅନୁଷ୍ଠାନ । ଚିତ୍ରକଳା ପ୍ରତି ଆଗ୍ରହୀ ପ୍ରତିଭା ମାନଙ୍କ ପାଇଁ ଏହି ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ର ଏହି ଅଭିନବ  ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ଚିତ୍ରକଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରବଳ ଅନୁରାଗୀ ଏହି ୪ ଜଣ ପ୍ରତିଭାଙ୍କ ସାମୁହିକ ପ୍ରଚେଷ୍ଟା ବଳରେ ଏହି ଅନୁଷ୍ଠାନ ଟି ଅଳ୍ପ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏମାନଙ୍କ ଚମତ୍କାର ସୃଜନଶକ୍ତି ବଳରେ ଗୋଟିଏ ନିର୍ଜୀବ ବସ୍ତୁ ବି କଥା କୁହେ । ଆମ ଚାରିପାଖରେ ଥିବା ଅଦରକାରୀ ସାମଗ୍ରୀକୁ ଆଣି ନିଜର ସୃଜନାତ୍ମକ ଶକ୍ତି  ବଳରେ ଏହାକୁ ଏକ ଆକର୍ଷଣୀୟ ସାମଗ୍ରୀର ରୂପ ଦିଅନ୍ତି ଏମାନେ । ଯେପରିକି କାଠଗଣ୍ଡି, ନଦୀ ପାଶ୍ୱର୍ରେ ଥିବା ପଥର, ବଉଁଶ ନଳୀ, ବୋତଲ, ନଡିଆ ଓ ତାଳ ଖୋଳପା, ଆଦି ସାମଗ୍ରୀ ଏମାନଙ୍କ ଯାଦୁଗରୀ ସ୍ପର୍ଶରେ ଜୀବନ୍ତ ରୂପ ନେଇଥାଏ ।

ଏଇ ଦେଖନ୍ତୁ ସୋ କେସ୍ ରେ ଶୋଭା ପାଉଛି ଜଗନ୍ନାଥଙ୍କ ମୂର୍ତ୍ତି, ଗଣେଶ ମୂର୍ତ୍ତି, ଫଟୋ ଫ୍ରେମ୍‌, ବିଭିନ୍ନ ମହାପୁରୁଷଙ୍କ ଚିତ୍ର, ଚୌକି, ଫୁଲ ଗମଲା, ପେପର ୱେଟ,  ଆଦି ଭଳିକି ଭଳି ରଙ୍ଗବେରଙ୍ଗର ସାମଗ୍ରୀ । ଗ୍ରାହକଙ୍କ ଚାହିଦା ମୁତାବକ ସ୍ୱଳ୍ପ ମୂଲ୍ୟରେ ଏହି ସବୁ ସାମଗ୍ରୀକୁ ବିକ୍ରୀ ମଧ୍ୟ କରାଯାଇଥାଏ । ଏକ ପ୍ରକୃତିକ ପରିବେଶ ମଧ୍ୟରେ ତଥା ଅନୁଷ୍ଠାନର କାନ୍ଥ ଓ ଗଛ ଗୁଡିକରେ ଅନେକ ନୀତିବାଣୀ ଓ ସଚେତନ ବାର୍ତ୍ତା ଲେଖା ଯାଇଛି ଯାହା କି ବାତାବରଣକୁ ଆହୁରୀ ଆକର୍ଷଣୀୟ କରିଛି । ଗୋଟିଏ ପରିବାର ର ଜଣେ ଦମ୍ପତ୍ତିଙ୍କ ସହ ୧୧ବର୍ଷର ଜଣେ ଉଦୀୟମାନ ପ୍ରତିଭା ଅଧ୍ୟୟନଙ୍କ ନିଷ୍ଠା ଓ ଆତ୍ମବିଶ୍ୱାର ମୂକସାକ୍ଷୀ ହେଉଛି ଆର୍ଟ ଅଧ୍ୟୟନ । ଏପରି ଏକ ଅନୁଷ୍ଠାନକୁ ସରକାରୀ ପ୍ରୋତ୍ସାହନା ମିଳିପାରିଲେ ଏହାର ପରିସର ଆହୁରି ବ୍ୟାପକ ହୋଇ ପାରନ୍ତା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026

You Might Also Like