-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||     

HOME   ମହାନଗର

ସରକାରୀ ଯୋଜନାରୁ ବଞ୍ଚିତ ସାଗର ପଡ଼ା ର ୩୦ ପରିବାର

29-Jul-2023



ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ ): ବଲାଙ୍ଗୀର ଠାରୁ ୮ କିଲୋମିଟର ଦୂର ପୁଇନ୍ତଲା ବ୍ଲକ ମଲମଣ୍ଡା ପଞ୍ଚାୟତ ନିକଟସ୍ଥ କୃପାସିନ୍ଧୁ ଡ୍ୟାମ ନିକଟରେ ଥିବା ରେଳ ଲାଇନ କଡ଼ରେ ଝୁମ୍ପୁଡ଼ି ତଳେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି କିଛି ଆଦିବାସୀ ସମ୍ପ୍ରଦାୟ ର ଜନ ଜୀବନ । ସୂଚନାରୁ ଜଣାପଡିଛି ଏହି ଆଦିବାସୀ ମାନେ ମୁଣ୍ଡା ଲୋହାର ସମ୍ପ୍ରଦାୟ ର ଲୋକେ ,ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାହାଜ ବାହାଲ ଅଞ୍ଚଳର ଅଧିବାସୀ ।କିନ୍ତୁ କେଉଁ କାରଣରୁ ପ୍ରାୟ ୩୦ ବର୍ଷ ହେବ ନିଜ ବାସସ୍ଥାନ ଜନ୍ମମାଟି ଛାଡ଼ି ପଡୋଶୀ ବଲାଙ୍ଗୀର ଜିଲ୍ଲାରେ ବସବାସ କଲେ । ଜଣେ ଦକ୍ଷ ଆଗଧାଡିର ନେତା ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ବେଳେ କେଉଁ କାରଣରୁ ଏମାନଙ୍କୁ ଜିଲ୍ଲା ତ୍ୟାଗ କରିବାକୁ ପଡ଼ିଲା ଜଣା ପଡ଼ିନାହିଁ।ତେବେ ଦକ୍ଷ ନେତା ଙ୍କ ଜିଲ୍ଲାରେ ବସବାସ କରୁଥିବା ତଳିଆ ଜନସାଧାରଣ ଙ୍କ ପ୍ରତି ଦୃଷ୍ଟି ନାହିଁ । ନିଜ ଅଞ୍ଚଳର ଅଧିବାସୀ ଜିଲ୍ଲା କାହିକି ଛାଡ଼ି ଛନ୍ତି ନେତାଙ୍କ ପାଖରେ ଖବର ନାହିଁ ।ଏଣୁ ଏଭଳି ଯୋଗ୍ୟତା ବିହୀନ ନେତାଙ୍କୁ ଆଗାମୀ ନିର୍ବାଚନରେ ଉଚିତ୍ ଜବାବ ଦେବେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ଏହି ୩୦ ପରିବାର ର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ୱ ଲୋକ ମଳମଣ୍ଡା ସାଗର ପଡ଼ା ରେ ପ୍ରାୟ ୩୦ ବର୍ଷ ହେବ ରହି ଆସୁଛନ୍ତି ।ଏହାକୁ କଲୋନୀ ପଡ଼ା ମଧ୍ୟ କୁହାଯାଏ।ଏମାନଙ୍କ ପରିଚୟ ଅଛି,ହେଲେ ବଲାଙ୍ଗୀର ଜିଲ୍ଲାରେ ପରିଚିତ ନୁହନ୍ତି ।ସେମାନେ ତାଙ୍କର ପରିଚୟ ହରାଇ ନାହାନ୍ତି ବରଂ ହରାଇଛନ୍ତି ନିଜ ବାସସ୍ଥାନ ।କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏମାନଙ୍କ ସମସ୍ତ କାଗଜପତ୍ର ଭୋଟର ତାଲିକା ସହାଜ୍ ବାହାଲ୍ ରେ ଥିବା ଜଣା ପଡ଼ିଛି।କାଗଜପତ୍ର ରେ ସେମାନେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳର ବାସିନ୍ଦା ।କିନ୍ତୁ ଏମାନେ ସାଗର ପଡ଼ା ରେ ଦୀର୍ଘ ୩୦ ବର୍ଷ ଜୀବନ ଯାପନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସରକାରୀ ଯୋଜନାରୁ ବଞ୍ଚିତ ହେଲେ କିପରି ।ଆବାସ ଗୃହ ନ ପାଇ ଝୁମ୍ପୁଡି ରେ ବର୍ଷ ବର୍ଷ ଧରି ରହିବା ସ୍ଥାନୀୟ ଜନ ପ୍ରତିନିଧି ଜାଣି ପାରିଲେ ନାହିଁ କିପରି ।ଦୀର୍ଘ ୩୦ ବର୍ଷ ଭୋଟ ଦେବା ଅଧିକାର ରୁ ବଞ୍ଚିତ ହେଲେ କିପରି।ତେବେ ଏମାନଙ୍କ ପରିଚୟ କଣ । ବଲାଙ୍ଗୀର ନା ସୁବର୍ଣ୍ଣପୁର । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କୁହନ୍ତି,ସାଗର ପଡ଼ା ରେ ରହୁଥିବା ଲୋକଙ୍କ ସମସ୍ତ କାଗଜପତ୍ର,ଭୋଟର ତାଲିକା ସାହାଯ ବାହାଳ ରେ ଥିବାରୁ ସେମାନେ ବଲାଙ୍ଗୀର ଭୋଟର ହୋଇପାରୁ ନାହାନ୍ତି ।ତତ୍ ସଙ୍ଗେ ସମସ୍ତ ସରକାରୀ ସହାୟତା ରୁ ବଞ୍ଚିତ ଅଛନ୍ତି । ବର୍ତ୍ତମାନ ସମସ୍ତ ସରକାରୀ କାଗଜପତ୍ର ଅନ ଲାଇନ ରେ ହେଉଥିବାରୁ ସରପଞ୍ଚ ଙ୍କ ଆୟତ୍ତ ରେ ନାହିଁ ।ଏହା ସତ ଲୋକେ ନିଜର ଅଧିକାର ଅସୁବିଧା ସ୍ଥାନୀୟ ଜନ ପ୍ରତିନିଧି ଙ୍କୁ ଅବଗତ କରାଇବା ଦରକାର ।ନଚେତ୍ ଜାଣିବେ କିପରି ।ଏଣୁ ନିଜ ଅଧିକାର ନିଜ ହାତରେ ।ଉପରୋକ୍ତ ବିଷୟ କୁ ନେଇ ପୁଇନ୍ତଳା ବିଡ଼ିଓ ଅମରେନ୍ଦ୍ର ସ୍ୱାଇଁ ଙ୍କୁ ପଚାରିବାରୁ ସାଗର ପଡ଼ା ଗ୍ରାମବାସୀ ଙ୍କ ବିଷୟରେ କୌଣସି ତଥ୍ୟ ତାଙ୍କ ପାଖରେ ନ ଥିବା ପ୍ରକାଶ କରିଛନ୍ତି। ସାହାଯଵାହାଲ ଗ୍ରାମରୁ ଆସିଥିବା ପରିବାର ଲିଖିତ ଭାବେ ଯଦି ତାଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଥିଲେ ସରକାରୀ ସୁବିଧା ରୁ ବଞ୍ଚିତ ହୋଇ ନ ଥାନ୍ତେ ବୋଲି ଆଶା କରାଯାଉଛି।ଏବଂ ସମସ୍ତ ସରକାରୀ ସୁବିଧାରେ ଅନ୍ତର୍ଭୁକ୍ତ ହୋଇପାରିଥାନ୍ତେ । ଅପରପକ୍ଷେ ଅନ୍ୟ ରାଜ୍ୟ ତଥା ଦେଶରୁ ଅନେକ ପରିବାର ବଲାଙ୍ଗୀର ଜିଲ୍ଲାକୁ ଆସି ଘର ନିର୍ମାଣ କାମରେ ଠିକାଦାର ସାଜି ଏହି ଜିଲ୍ଲାର ଭୋଟର ହେବା ସଙ୍ଗେ ସମସ୍ତ ସରକାରୀ ସୁବିଧା ପାଉଥିବା ପରିଲକ୍ଷିତ ହୁଏ।କେଉଁ ରାଜ୍ୟ ତଥା କେଉଁ ଦେଶରୁ ଏମାନେ ବଲାଙ୍ଗୀର ଜିଲ୍ଲାରେ ବେଧଡକ ଭାବେ ବେପାର ବଣିଜ କରି ବସତି ସ୍ଥାପନ କଲେ ଜିଲ୍ଲା ପ୍ରଶାସନ ପାଖରେ ହିସାବ ନାହିଁ ।ହେଲେ ପଡୋଶୀ ଅବିଭକ୍ତ ସୁବର୍ଣ୍ଣପୁର ଜିଲ୍ଲାରୁ ୩୦ ପରିବାର ୩୦ ବର୍ଷ ହେବ ବଲାଙ୍ଗୀର କୁ ଆସି ତାଙ୍କର ଅଧିକାର ସାବ୍ୟସ୍ତ କରି ନ ପାରିବା ତାଙ୍କ ଅବହେଳାର କାରଣ ।ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ନେତା ଏ ଦିଗରେ ଦୃଷ୍ଟି ଦେଲେ ୩୦ ଟି ପରିବାର ର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଲୋକେ ସରକାରୀ ସୁବିଧା ପାଇପାରିବେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026

You Might Also Like