-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
28-Jul-2023
ବଲାଙ୍ଗିର(ପ୍ରେରଣା ଖବର) - ମାଲପଡା ନିବାସୀ ସ୍ୱର୍ଗତ ଡା. ବାଣିଭୂଷଣ ଦାଶଙ୍କ ଧର୍ମପତ୍ନୀ ରାଜମଣି ଦାଶଙ୍କ ୭୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ସରୋଜ ଦାଶ, ବରିଷ୍ଠ ଓକିଲ ମନୋଜ ଦାଶ, ବୋହୁ ସୁଜାତା ଦାଶ, ଭାରତୀ ଦାଶ, ଝିଅ ଅନୟା ଦାଶ ହୋଟେଲ ଇନ୍ଦ୍ରପ୍ରସ୍ଥ ମାଲିକ, ତନୟା ଆଚାର୍ଯ୍ୟ, ଜ୍ୱାଇଁ ରାମ ଦାଶ, ବୃନ୍ଦାବନ ମିଶ୍ର ସହିତ ନାତି ନାତୁଣିି ଅଟଳ, ବିଶ୍ୱଜିତ, ଲିପୁନ, ସିବୁନ, ଶ୍ରୀକାନ୍ତ, କୁନୁ, ରଂଜିତ, ଶୁଭ ସ୍ମୃତି ତଥା ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ତାଙ୍କ ଶବ ସତ୍କାରରେ ବାସୁଦେବ ଦାଶ, ସୁଧିର କୁମାର ଦାଶ, ନାରାୟଣ ମିଶ୍ର, ଯୁଧିଷ୍ଟିର ମିଶ୍ର, ଆଶୁତୋଷ ଦାଶ, ଅରୁଣ ପାଢୀ, ଦିନେଶ ଦାଶ, ଆଶିଷ କେଜ୍ରିଓା୍ୱଲ, କାଉନସିଲର ମହେନ୍ଦ୍ର ବାଗ ଉପସ୍ଥିତ ଥିଲେ । ଜ୍ୟେଷ୍ଠ ପୁତ୍ର ସରୋଜ ଦାଶ ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ପରିଚିତ ମହଳରେ ଶୋକର ଛାୟା ଖେଳିଯାଇଛି ।