-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
28-Jul-2023
ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ରେ ଥିବା ଆଦିବାସୀ ଭବନ ଠାରେ ଆଜି ଆଗାମୀ ୯ ତାରିଖ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର କୁଅଁର ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ଯୋଗଦାନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ୟୁ ସି ସି ବିଲ୍ ଦୃଢ଼ ବିରୋଧ କରିବା ପାଇଁ ଓ ଆସନ୍ତା ଅଗଷ୍ଟ ୯ ରେ ବିଶ୍ବ ଆଦିବାସୀ ଦିବସ ମହାସମାରୋହରେ ପାଳିତ କରିବାକୁ ଆହ୍ବାନ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଠାରେ ଆବେଦନ ହୋଇ ପଡିରହିଥିବା ଆଦିବାସୀ ମାନଙ୍କ ଜଙ୍ଗଲ ଜମି ଅଧିକାର ଆଇନ ସମ୍ବନ୍ଧୀୟ ବ୍ୟକ୍ତିଗତ ଓ ଗୋଷ୍ଠୀ ଗତ ପଟ୍ଟା ପ୍ରଦାନ ପାଇଁ ଦାବି, ଆଦିବାସୀ ମାନଙ୍କ ଐତିହ୍ୟ କଳା ସଂସ୍କୃତି,ପ୍ରଥା ପରମ୍ପରା ରୀତିନୀତି ପୂଜା ପଦ୍ଧତି , ଦେବାଦେବୀ ପୀଠର ସୁରକ୍ଷା ବିଷୟରେ ଆଲୋଚନା କରାଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ବରିହା, ମିତ୍ରଭାନୁ ଭୋଇ, ଚନ୍ଦ୍ର ମଣୀ ବାଗ, ହୃଷିକେଶ ଭୋଇ,ଟିକେଶ୍ବର ମିର୍ଦ୍ଧା, ଚୂଡାମଣି ଧରୁଆ, ଭାବଗ୍ରାହୀ ବରିହା,ଟିକେଶ୍ବର କୁମରା,ଗଦି ବରିହା, ଅନନ୍ତ ତୁମନିଆ,ମଦନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।