-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
28-Jul-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଖରିଫ ଚାଷ ନିମନ୍ତେ ଜିଲ୍ଲାର ସମସ୍ତ କୃଷକ ଯେପରି ପ୍ରଧାନ ମନ୍ତ୍ରୀ ଫସଳ ବୀମା ଯୋଜନାରେ କୃଷିବୀମା କୁ ସୁନିଶ୍ଚିତ କରି ଶତ ପ୍ରତିଶତ ଲାଭ ନେଇପାରିବେ ସେଥି ନିମନ୍ତେ ଆଜି ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାରେ କୃଷି ବୀମା କରଣ ନିମନ୍ତେ ଦାୟିତ୍ୱ ରେ ଥିବା ରିଳାଏନ୍ସ ଜେନେରାଲ ଇନ୍ସୁରେନ୍ସ ସଂସ୍ଥା ତରଫରୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ପରିସରରୁ ଏକ କୃଷି ବୀମା ରଥ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ l ଏହି କୃଷି ବୀମା ସଚେତନତା ରଥ ଆଜି ତା28/07/23 ଠାରୁ ତା 31/07/23 ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକ ଅଞ୍ଚଳ ପରିକ୍ରମା କରି ଚାଷୀଙ୍କୁ ଫସଲ ବୀମା ଭୁକ୍ତ ନିମନ୍ତେ ସୂଚନା ଦେବା ସହ ସଚେତନତା କରାଇବ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼ ବିଭୁତି ଭୂଷଣ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା କୃଷି ଅଧିକାରୀ ନବୀନ କିଶୋର ଖଟୁଆ, ରିଳାଏନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ର କାର୍ଯ୍ୟକ୍ରମ ଅଧିକାରୀ ବିକାଶ ମେହେର ଓ ଅଜିତ କୁମାର ଭୋଇ, କୃଷି ବିଭାଗର ବିଭିନ୍ନ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l